ବାଳ ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ: ଜାମୁଝରୀରେ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ବାଳ ଅପରାଧୀଙ୍କ ପାଇଁ ନିର୍ମାଣ ହେବ ‘ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌’। ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏ ସଂକ୍ରାନ୍ତରେ ସୋମବାର ଅନୁଷ୍ଠିତ ବୈଠକରେ ଜେଲ୍‌ ଡିଜି ସତ୍ୟଜିତ ମହାନ୍ତିଙ୍କ ସମେତ ଗୃହ ସଚିବ, ମହିଳା ଓ ଶିଶୁ ବିଭାଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଛନ୍ତି। ପୂର୍ବରୁ ନୟାଗଡ଼ର ଦଶପଲ୍ଲା ଜେଲରେ ବାଳ ଅପରାଧୀଙ୍କ ପାଇଁ ଏହି ପ୍ଲେସ୍‌ ଅଫ ସେଫ୍ଟି ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଜେଲ୍‌ ପରିବେଶ ବାଳ ଅପରାଧୀଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଜାମୁଝରୀକୁ ଚୂଡ଼ାନ୍ତ କରାଯାଇଛି। ଚନ୍ଦକା ମେଣ୍ଢାଶାଳ ନିକଟ ଜାମୁଝରୀ ମୁକ୍ତାକାଶ ଜେଲ୍‌ ନିକଟରେ ୨ ଏକର ଜାଗାରେ ପ୍ରଥମଥର ପାଇଁ ନିର୍ମାଣ ହେବ ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌। ଏଥିରେ ସମୁଦାୟ ୫୦ଜଣ ପିଲାଙ୍କ ପାଇଁ ବ୍ୟବସ୍ଥା ରହିିବ। ସେମାନଙ୍କ ପାଇଁ ଏଠାରେ ସୁଲଭ ଶୌଚାଳୟ, ପାଠାଗାର, ମେଡିକାଲ, ପଢିବା ଘର, ଜିମ୍‌, ଖେଳପଡିଆ ଓ ଅନ୍ୟାନ୍ୟ ଟ୍ରେନିଂର ସୁବିଧା ରହିବ। ଯେଉଁମାନଙ୍କର ବୟସ ୧୬ରୁ ୧୮ବର୍ଷ ହୋଇଥିବ ଅଥବା ଧରାପଡ଼ିବା ସମୟରେ ୧୮ବର୍ଷ ଅତିକ୍ରମ କରିଥିବ, ଜଘନ୍ୟ ଅପରାଧ କରିଥିବେ କିମ୍ବା ଛାଡ଼ିବାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ମନା କରିଥିବେ, ସେମାନେ ଏହି ହୋମ୍‌ରେ ୨୧ବର୍ଷ ପର୍ଯ୍ୟନ୍ତ ରହିବେ। ଏହି ସମୟ ମଧ୍ୟରେ ଯଦି ବ୍ୟବହାରରେ ପରିବର୍ତ୍ତନ ନ ହେଲା, ସେମାନଙ୍କୁ ପୁଣି ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ସାଧାରଣ ଜେଲକୁ ପଠାଇ ଦିଆଯିବ।
ଏନେଇ ଜେଲ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି, ପ୍ଲେସ୍‌ ଅଫ୍‌ ସେଫ୍ଟି ହୋମ୍‌ରେ ଜେଲ ପରିବେଶ ରହିବ ନାହିଁ। ୧୬ ବର୍ଷରୁ ୧୮ ବର୍ଷ ମଧ୍ୟରେ ଜଘନ୍ୟ ଅପରାଧ ଘଟାଇଥିବା ପିଲା ଏଠାରେ ରହିବେ। ଏହା ନିର୍ମାଣ ହେଲେ ଓଡିଶାର ପ୍ରଥମ ହେବ। ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ସୁଧାରଗୃହର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। କାରଣ ପିଲାମାନଙ୍କୁ ସେଠାରେ ଜେଲ ପରିବେଶ ଭଳି ରଖାଯାଉଥିବାରୁ ସେମାନେ ମୁକୁଳିବା ପରେ ପୁଣି ଅପରାଧ ଘଟାଉଛନ୍ତି। ତେଣୁ ପିଲାମାନଙ୍କ ମନ ଓ ହୃଦୟରେ ପରିବର୍ତ୍ତନ ଆଣିବା ଉଚିତ। ଶିକ୍ଷା, ସ୍ବାସ୍ଥ୍ୟ ଏବଂ କାଉନ୍‌ସେଲିଂ ଆଦି ବ୍ୟବସ୍ଥା କରିବା କଥା। ଯେଉଁମାନେ ଦାୟିତ୍ୱ ନେଉଛନ୍ତି ସେମାନେ ବାଳ ଅପରାଧୀଙ୍କ ସହ ବାପା ମା’ଙ୍କ ପରି ବ୍ୟବହାର କରିବା ଦରକାର। ପ୍ଲେସ୍‌ ଅଫ ସେଫ୍ଟି ହୋମ୍‌ରେ ଏଥିପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri