ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ନିର୍ଦ୍ଦେଶାବଳୀ: ପୋର୍ଟାଲରେ ନାମ ପଞ୍ଜୀକରଣ ଜରୁରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଏବଂ ଲୋକମାନେ ଓଡ଼ିଶାକୁ ଫେରିବା ଆରମ୍ଭ କରିଛନ୍ତିି। ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଲୋକମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି, ସେମାନେ ୱେବ୍‌ ପୋର୍ଟାଲରେ ଆଗୁଆ ନାମ ପଞ୍ଜୀକୃତ କରିବା ଜରୁରୀ। କେଉଁ ଯାନରେ ଫେରୁଛନ୍ତି ଓ ସେମାନଙ୍କର ସମସ୍ତ ବିବରଣୀ ପଞ୍ଜୀକରଣ ବେଳେ ପୋର୍ଟାଲରେ ଉଲ୍ଲେଖ କରିବାକୁ ପଡିବ। ସେମାନଙ୍କୁ ଓଡ଼ିଶାରେ ପହଞ୍ଚିିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେବ। ଫେରୁଥିବା ଲୋକମାନେ କେବଳ ସୀମା ଚେକ୍‌ ପଏଣ୍ଟ ଦେଇ ଆସିବାକୁ ପଡିବ। ଅନ୍ୟ କୌଣସି ବାଟେ ଆସିିବାକୁ ଅନୁମତି ଦିଆଯିବ ନାହିଁ। ଲୋକମାନଙ୍କ ଆନ୍ତଃରାଜ୍ୟ ଚଳାଚଳ ନେଇ ଅନ୍ୟ ରାଜ୍ୟ ସହିତ ଯୋଗାଯୋଗ କରିବାକୁ ସରକାର ରାଜ୍ୟ ସଂଯୋଜକ ନିଯୁକ୍ତି କରିଛନ୍ତି। ସଡକ ପଥ ଦେଇ ଆସୁଥିବା ଲୋକଙ୍କର ପଞ୍ଜୀକରଣକୁ ଆନ୍ତଃ ରାଜ୍ୟ ସୀମାରେ ଥିବା ଚେକ୍‌ଗେଟ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ସେମାନଙ୍କର ଆଙ୍ଗୁଠି ଛାପ ମଧ୍ୟ ରଖାଯିବ। ଏହା ପରେ ଉକ୍ତ ଯାନ କେଉଁ ରାସ୍ତାରେ ଯିବ ସେ ନେଇ କର୍ର୍ତ୍ତୃପକ୍ଷ ପାସ୍‌ ପ୍ରଦାନ କରିବେ। ତାକୁ ଅନୁମତି ପାସ୍‌ ଭାବେ ଧରାଯିବ। ଯେଉଁ ଜିଲାରେ ପହଞ୍ଚିବେ ସେହି ଯାନ ଓ ଯାତ୍ରୀଙ୍କର ସମସ୍ତ ତଥ୍ୟ ସମ୍ପୃକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଆସିବା ସମ୍ପର୍କରେ ଜିଲାପାଳ ଆଗୁଆ ସୂଚନା ପାଇବା ସହ ଲୋକମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେବା ପାଇଁ ସେଠାରେ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସହରାଞ୍ଚଳରେ ମହାନଗର ନିଗମ କମିଶନର, ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗ୍ରାମାଞ୍ଚଳରେ ସରପଞ୍ଚଙ୍କୁ କ୍ୱାରାଣ୍ଟାଇନ୍‌ କର୍ତ୍ତୃପକ୍ଷ ଭାବେ ନିଯୁକ୍ତି କରାଯାଇଛି। କ୍ୱାରାଣ୍ଟାଇନ୍‌ କର୍ତ୍ତୃପକ୍ଷ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ବାହାର ରାଜ୍ୟ ଫେରନ୍ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍କ୍ରିନିଂ କରିବେ। ସହରାଞ୍ଚଳ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ଅନୁମତି ଦିଆଯିବ।
ଯେଉଁମାନଙ୍କର ଘରୋଇ ସୁବିଧା ନ ଥିବ ସେମାନେ ସରକାରଙ୍କ କ୍ୱାରାଣ୍ଟାଇନ୍‌ରେ ରହିବେ। ଯଦି କେହି ହୋଟେଲ କିମ୍ବା ଲଜ୍‌ରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହିଁବେ ସେ ନିଜ ଖର୍ଚ୍ଚରେ ରହି ପାରିବେ। ତେବେ ଗ୍ରାମାଞ୍ଚଳରେ କେବଳ ପଞ୍ଚୟତରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଯେଉଁମାନେ ଘରେ କିମ୍ବା ହୋଟେଲରେ ରହିବେ ସେହି କୋଠରି କାନ୍ଥରେ କ୍ୱାରାଣ୍ଟାଇନ୍‌ ଷ୍ଟିକର ଲଗାଯିବା ସହ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ନିୟମିତ ସେଠାକୁ ଯାଇ ପରିସ୍ଥିତି ତଦାରଖ କରିବେ। ବାହାର ଫେରନ୍ତାଙ୍କୁ କୋଭିଡ୍‌-୧୯ ନିୟମ କଡାକଡି ଭାବେ ପାଳନ କରିବାକୁ ପଡିବ। କ୍ୱାରାଣ୍ଟାଇନ୍‌ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ...

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ...

‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା...

ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ...

ଆଜି ଗୁଜରାଟରେ ହେବ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ୱର,୩୦ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ...

ଅତିରିକ୍ତ ସଚିବଙ୍କ ଜାଲ୍‌ ଦସ୍ତଖତରେ ନକଲି ନିଯୁକ୍ତିପତ୍ର

ଭୁବନେଶ୍ୱର,୩୦ା୯(ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟରେ ବର୍ତ୍ତମାନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ଲାଗି ପର୍ଯ୍ୟାୟକ୍ରମେ ପରୀକ୍ଷା ଚାଲୁ ରହିଛି। ଏହାକୁ ନେଇ ସାଇବର ଅପରାଧୀମାନେ ବେଶ୍‌ ସକ୍ରିୟ...

୬ରେ ଆଉ ଏକ ଲଘୁଚାପ, ୧୦ ଯାଏ ଏହି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri