Posted inଜାତୀୟ

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ ପାଖାପାଖିତ୍ ୫୦୦ଟି ସ୍ବତନ୍ତ୍ର ରାଜ୍ୟକୁ ଏକସୂତ୍ରରେ ବାନ୍ଧିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ । ଭାରତୀୟ ସ୍ବତନ୍ତ୍ରତା ଅଧିନିୟମ ୧୯୪୭ ମାଧ୍ୟମରେ ସେ ୧୯୪୭ରୁ ୧୯୪୯ ମଧ୍ୟରେ ଏହି ସବୁ ରାଜ୍ୟକୁ ଭାରତ ସହ ମିଶ୍ରଣ କରିପାରିଥିଲେ। ତାଙ୍କର କୂଟନୈତିକ ଇଚ୍ଛାଶକ୍ତି ଥିଲା ଅତି ପ୍ରବଳ ।
ସେ ଥିଲେ ଭାରତର ଲୌହ ମାନବ। ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଚିରଦିନ ମନେରଖିବା ପାଇଁ ତାଙ୍କ ଜୟନ୍ତୀ ୩୧ ଅକ୍ଟୋବରକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି। ଏହା ପାଳନ କରିବା ପାଇଁ ଭାରତ ସରକାର ୨୦୧୪ରେ ସ୍ଥିର କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହା ପାଲନ କରାଯାଉଛି ଓ ଏହି ଅବସରରେ ଜାତୀୟ ସ୍ତରରେ ‘ରନ୍‌ ଫର୍‌ ୟୁନିଟି’ ଗଣଦୌଡ ଆୟୋଜନ କରାଯାଉଛି। ଏଥିରେ ସମସ୍ତେ ଭାଗ ନେଉଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଉପରେ ସଚେତନତା ଆଣିବା ଲକ୍ଷ୍ୟରେ ଏହା ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଛି। ଏଥିରେ ସ୍କୁଲ ,କଲେଜ,ବିଶ୍ୱବିଦ୍ୟାଳୟ, ଏନ୍‌ସିସି, ଏନଏସଏର ଯୁବକମାନେ ଭାଗନେଉଛନ୍ତି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି ମାରାଥନ୍‌ର ଉଦ୍ଦେଶ୍ୟ। ପ୍ରତିବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବା ଦ୍ୱାରା ଯୁବପିଢ଼ି ଭାରତର ଏକତାର ଶକ୍ତିକୁ ବଜାୟ ରଖିବା ପାଇଁ ପ୍ରେରଣା ଲାଭ କରୁଛନ୍ତି। ସରକାରୀ ଦପ୍ତର, ସାର୍ବଜନିକ କ୍ଷେତ୍ର ତଥା ସାର୍ବଜନିକ ସଂସ୍ଥାଗୁଡିକରେ ପ୍ରତିଜ୍ଞା ସମାରୋହ ମଧ୍ୟ ଆୟୋଜନ କରାଯାଏ। ସ୍କାଉଟ, ଗାଇଡସ୍‌,ଏନସିସି. ଏନ୍‌ଏସ୍‌ଏସ, ହୋମଗାର୍ଡ ଆଦି ସୁରକ୍ଷା ବଳ ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଏ। ଜାତୀୟ ଏକତା କିପରି ବାହ୍ୟ ଶତ୍ରୁ ପକ୍ଷରୁ ରହିଥିବା ବିପଦକୁ ସଫଳତାର ସହ ମୁକାବିଲା କରୁଛି ତାହା ଏହି ଦିବସରେ ପ୍ରତ୍ୟେକ ଭାରତୀୟ ଅନୁଭବ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ରାଜଧାନୀ, କେଜ୍‌ରିଓ୍ବାଲ କହିଲେ ଆଇନଶୃଙ୍ଖଳା ରକ୍ଷା କରିବାରେ ମୁଖ୍ୟତଃ…

ନୂଆଦିଲ୍ଲୀ,୨୮ା୧୧: ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଲୀ ହେଉଛି ବିଶ୍ୱର ସବୁଠାରୁ ଅସୁରକ୍ଷିତ ରାଜଧାନୀ। ସେ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷା କରିବାରେ...

ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ଉପସ୍ଥିତ ରହିଲେ ପୁଅ, ଝିଅ

ନୂଆଦିଲ୍ଲୀ,୨୮।୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ...

ବଳ ଗୋଟାଉଛି ବାତ୍ୟା: ରେଡ୍‌ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା

ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ...

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ...

କୁନୋ ଜାତୀୟ ପାର୍କରେ ପୁଣି ଆଖିବୁଜିଲେ ୨ ଚିତା

ଭୋପାଳ,୨୮।୧୧: ମଧ୍ୟପ୍ରଦେଶର ଶୋପୁର ଜିଲାର କୁନୋ ଜାତୀୟ ପାର୍କରେ ଆଫ୍ରିକୀୟ ଚିତା ନିର୍ବାର ୨ ଶାବକଙ୍କ ମୃତଦେହ ମିଳିଛି। ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା।...

ଶିନ୍ଦେଙ୍କ ଚକ୍ରବ୍ୟୁହରେ ଫସିଗଲେ ଅଜିତ ପାଓ୍ବାର, ଏବେ କରିବେ କ’ଣ…

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖି ଭାଜପା ପାଇଁ ରାସ୍ତା ସଫା କରିଛନ୍ତି। ସେ ଭାଜପାକୁ ତାଙ୍କ ବଡ଼...

ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର

ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮...

ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କଲେ ପ୍ରେମିକ: ଭୁଲ୍‌ ଥିଲା ଏମିତି…

ରାଞ୍ଚତ୍, ୨୮।୧୧ (ପି.ଟି.):ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ବୁଧବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିବା ନରେଶ ଭେଙ୍ଗରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri