ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନତାଙ୍କ ମନରେ ଉଙ୍କି ମାରୁଥିବା ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଅନେକ ଲୋକ ଭାବୁଥିଲେ ବିଅର ଗ୍ରିଲ୍ସ କେମିତି ତାଙ୍କ ହିନ୍ଦୀ ବୁଝି ପାରୁଥିଲେ। ପ୍ରକୃତ କଥା ହେଲା ଗ୍ରିଲ୍ସ ହିନ୍ଦୀ ବୁଝି ପାରୁ ନ ଥିଲେ, ବରଂ ଟୋକ୍ନାଲୋଜି ଦୁହିଁଙ୍କ ମଧ୍ୟରେ ଏକ ସେତୁ ଭଳି ଠିଆ ହୋଇଥିଲା। କାରଣ ମୋଦିଙ୍କ ହିନ୍ଦୀ ବୁଝିବାକୁ ଗ୍ରିଲ୍ସଙ୍କ କାନରେ ଏକ କର୍ଡଲେସ୍ ଡିଭାଇସ୍ ଲାଗାଯାଇଥିଲା। ଯାହା ତୁରନ୍ତ ମୋଦିଙ୍କ ହିନ୍ଦୀ ଭାଷାକୁ ଇଂରାଜୀରେ ଅନୁବାଦ କରି ଦେଉଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଭାଷାଗତ ଦୂରତା କମି ଯିବା ସହ ଏକ ଭଲ କାର୍ଯ୍ୟକ୍ରମ ହୋଇ ପାରିଥିଲା ବୋଲି ରବିବାର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି। । ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହୋଇଥିବା ମୋଦି ଓ ବିଅର ଗ୍ରିଲ୍ସଙ୍କର ଏକ ଏପିସୋଡ ସାରା ବିଶ୍ୱରେ ବେଶ୍ ଲୋକ ପ୍ରିୟତା ସାଉଁଟିଥିଲା।