ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ। ଏହା ବଡବିଲସ୍ଥିତ ଲୌହ ବିଶୋଧନ ପ୍ରକଳ୍ପରୁ ଏକମାତ୍ର ସ୍ଲରି ପାଇପ୍‌ଲାଇନ୍‌ ଦ୍ୱାରା ଅଣାଯାଉଛି। ଏଥିପାଇଁ ଘଣ୍ଟାପ୍ରତି ୨୪୩ରୁ ୨୮୦ ଘନମିଟର ପାଣିର ଆବଶ୍ୟକତା ପଡୁଛି। ତେବେ ଏକମାତ୍ର ସ୍ଲରି ପାଇପ୍‌ଲାଇନ୍‌ ନିର୍ମାଣ ହୋଇଥିବାରୁ ଏହି ଲୌହ ମିଶ୍ରିତ ପାଣି ରିସାଇକ୍ଲିଂ ହୋଇପାରୁନାହିଁ। ଏହି ବର୍ଜ୍ୟପାଣିକୁ କେତେକ ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନ୍‌ ଜରିଆରେ ଗଣ୍ଡାନାଳକୁ ଛଡ଼ାଯାଉଛି। ଏଥିଯୋଗୁ ଗଣ୍ଡାନାଳ ସମେତ ଆଖପାଖ ଅଞ୍ଚଳବାସୀ ଜଳ ପ୍ରଦୂଷଣର ଶିକାର ହେଉଛନ୍ତି ବୋଲି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି, ଯାହାକି ବିଚାରାଧୀନ ରହିଛି। ଅନ୍ୟପକ୍ଷେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ ବିଆର୍‌ପିଏଲ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ଏକ ଅବାସ୍ତବ ରିପୋର୍ଟ ପ୍ରସ୍ତୁତ କରି ଏନ୍‌ଜିଟିରେ ଦାଖଲ କରିଛନ୍ତି ବୋଲି ଅଭିଯୋଗକାରୀ ଏକ ସତ୍ୟପାଠ ଦାଖଲ କରିଛନ୍ତି।
ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେସନ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। କାରଖାନାର ବୁନ୍ଦାଏ ବି ପାଣି ବାହାରକୁ ନ ଛାଡିବାକୁ ଚୁକ୍ତିରେ ସ୍ବାକ୍ଷରିତ ହୋଇଛି। ଏହି ସର୍ତ୍ତରେ ଏସ୍‌ପିସିବି ବିଆର୍‌ପିଏଲ୍‌କୁ ପରିଚାଳନା ଅନୁମତି ଦେଇଛି। କିନ୍ତୁ ବଡବିଲଠାରୁ କଳିଙ୍ଗନଗର ବିଆର୍‌ପିଏଲ୍‌ ପ୍ଲାଣ୍ଟକୁ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତର ପାଇପ୍‌ ଲାଇନ୍‌ରେ ଆସୁଥିବା ବର୍ଜ୍ୟଜଳ ଏବେ ବାହାରକୁ ବ୍ୟାପକ ମାତ୍ରାରେ ଛଡ଼ାଯାଉଛି। ଏନେଇ ଏନ୍‌ଜିଟିରେ ମାମଲା ରୁଜୁ ହେବା ପରେ ୨୨ା୯ା୨୦୧୭ରେ ଏସ୍‌ପିସିବିକୁ ଜବାବ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଏସ୍‌ପିସିବିର ସଦସ୍ୟ ସଚିବ ଅଭିଯୋଗ ସମ୍ପର୍କରେ ନିରୀକ୍ଷଣ କରି ଏକ ରିପୋର୍ଟ ଏନଜିଟିରେ ଦାଖଲ କରିଥିଲେ। ସେଥିରେ କାରଖାନାର ବର୍ଜ୍ୟଜଳ ବାହାରକୁ ଯାଉନାହିଁ ବୋଲି ଦର୍ଶାଇଥିଲେ। ଉକ୍ତ ରିପୋର୍ଟରେ ଆହୁରି ଉଲ୍ଲେଖ କରିଥିଲେ ଯେ, କମ୍ପାନୀର ଧୂଳିଧୂଆଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସ୍ଲରି ପାଇପ୍‌ରେ ଆସୁଥିବା ପାଣିରୁ ୧୩୦ କ୍ୟୁବିକ ମିଟର ପାଣି ବ୍ୟବହାର ହେଉଛି, ଯାହାକି ଗୋଟିଏ ଦିନର ୬୬.୨୪ ମିମି ବର୍ଷା ଜଳ ସହ ସମାନ ବୋଲି ଅଭିଯୋଗକାରୀ ଯୁକ୍ତି କରି ସତ୍ୟପାଠରେ ଦର୍ଶାଇଥିଲେ। ଯଦି ଏହା ବର୍ଷକରେ ଛୁଟିଦିନ ବ୍ୟତୀତ ୩୩୦ ଦିନ ଏତିକି ପାଣି ଖର୍ଚ୍ଚ କରାଯାଏ ତେବେ ତାହା ୨୨,୧୯୦ ମିମି ବର୍ଷା ଜଳ ସହ ସମାନ। ସଦସ୍ୟ ସଚିବଙ୍କ ଏହି ରିପୋର୍ଟ ଯଦି ସତ୍ୟ ହୋଇଥାଏ ତେବେ କାରଖାନା ମଧ୍ୟରେ ବନ୍ୟା ସୃଷ୍ଟି ହୋଇ କାରଖାନା ଉପରେ ୫ ମିଟର ଉଚ୍ଚରେ ପାଣି ବୋହିବାର ଆଶଙ୍କା ରହିଛି ବୋଲି ଅଭିଯୋଗକାରୀ ଯୁକ୍ତି ବାଢିଥିଲେ। ତେଣୁ ଏହି ପାଣି ହିସାବକୁ ଧରାଯାଏ ତେବେ ରିପୋର୍ଟ କମ୍ପାନୀ ପ୍ରଯୋଜିତ, ଅବାସ୍ତବ ଓ କପୋଳକଳ୍ପିତ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେଣୁ ଏଭଳି ମିଥ୍ୟା ରିପୋର୍ଟ ଦାଖଲ କରିଥିବାରୁ ସମ୍ପୃକ୍ତ ସଦସ୍ୟ ସଚିବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟିରେ ଅନୁରୋଧ କରାଯାଇଛି। ଏଭଳି ଭାବେ ସଦସ୍ୟ ସଚିବଙ୍କ ଶିଳ୍ପ ପ୍ରୀତି ଓ ଅଯାଚିତ ଅନୁକମ୍ପା ପଛରେ ବିଆର୍‌ପିଏଲ୍‌ କମ୍ପାନୀ କର୍ତ୍ତୃପକ୍ଷ ଓ ସଦସ୍ୟ ସଚିବଙ୍କ ମଧ୍ୟରେ ବିପୁଳ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ତତ୍କାଳୀନ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ୧ା୭ା୨୦୧୬, ୨୭ା୫ା୨୦୧୭, ୨୦ା୬ା୨୦୧୭, ୪ା୭ା୨୦୧୭, ୧୪ା୭ା୨୦୧୭ ଓ ୨ା୭ା୨୦୧୮ରେ ତଦନ୍ତ କରି ବିଆର୍‌ପିଏଲ୍‌ର ବର୍ଜ୍ୟଜଳ ବାହାରକୁ ଛଡାଯାଉଛି ବୋଲି ରିପୋର୍ଟ ଦାଖଲ କରିଥିଲେ। ଏଥିରୁ ସଦସ୍ୟ ସଚିବ ଓ ଆଞ୍ଚଳିକ ଅଧିକାରୀଙ୍କ ରିପୋର୍ଟ ମଧ୍ୟରେ ତାଳମେଳ ରହୁ ନ ଥିବା ସ୍ପଷ୍ଟ ହେଉଛି। ଏ ସଂକ୍ରାନ୍ତରେ ସଦସ୍ୟ ସଚିବ ଦେବଦତ୍ତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ପୁରୁଣା। ବିଆର୍‌ପିଏଲ୍‌ ସ୍ଲରି ପାଇପ ପାଣି ମେସ୍କୋକୁ ଯାଉଥିଲା। ବର୍ତ୍ତମାନ ବିଆର୍‌ପିଏଲ୍‌ ପାଣି ବାହାରକୁ ଛଡାଯାଉଥିବା ନେଇ ଅଭିଯୋଗ ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri