ବମ୍ବେ: ବିଗ୍ବସ୍ ଘରେ ଶିଳ୍ପା ସେଟ୍ଟୀ। ପ୍ରତିଯୋଗୀମାନଙ୍କୁ ଯୋଗ ଶିଖାଇବା ସହ ତାଙ୍କ ସ୍ମୃତିକୁ ତାଜା କରିବେ। ଏଭଳି କିଛି ଦୃଶ୍ୟ ବିଗ୍ବସ୍ର ଆଗାମୀ ଏପିସୋଡ୍ରେ ଦେଖିବାକୁ ମିଳିବ।
ନିଜର ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି ଶିଳ୍ପା। ଏବେ ସେ ନିଜ ଫିଟ୍ନେସ୍ର ରାଜକୁ ବିଗ୍ବସ୍ ଫାଇନାଲିଷ୍ଟମାନଙ୍କ ସହ ବାଣ୍ଟିବେ। ଆଉ କିଛି ଦିନ ପରେ ଶୋ’ ଶେଷ ସୋପାନରେ ପହଞ୍ଚିବ। ଏହାପୂର୍ବରୁ ପ୍ରତିଯୋଗୀମାନଙ୍କ ଚିନ୍ତା ଦୂର କରିବା ନିମନ୍ତେ କିଛି ଯୋଗାସନ ଶିଖାଇବେ ଶିଳ୍ପା। ଘରେ ଥିବା ସାତଜଣ ପ୍ରତିଯୋଗୀ ଏଥିରେ ଭାଗନେବେ। ଏହାର କିଛି ଝଲକ କଲର୍ସର ଆଧିକାରିକ ପୃଷ୍ଠାରେ ଶେୟାର କରାଯାଇଛି। ଦର୍ଶକେ ଏହାକୁ ଦେଖିବା ପରେ ଉତ୍ସାହିତ ହୋଇ ଯାଇଛନ୍ତି।
ଶେୟାର କରାଯାଇଥିବା ଭିଡିଓରେ ଶିଳ୍ପା ସମସ୍ତଙ୍କୁ ହସାଉଥିବା ଦେଖିବାକୁ ମିଳିଛି। କିଛି ଖଟା ଆଉ ମିଠା ସ୍ମୃତି ମଧ୍ୟ ପ୍ରତିଯୋଗୀମାନେ ତାଙ୍କ ସହ ବାଣ୍ଟୁଛନ୍ତି।