ଭୁବନେଶ୍ୱର,୮।୯: ଭାଜପା ନେତାଙ୍କୁ ମାଡ଼ ମାରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏନେଇ ବିଜେଡି ବୁଧବାର ଏକ ପ୍ରେସ ବିବୃତି ଜାରି କରିଛି।
ବିଧାୟକ ପ୍ରଶାନ୍ତ ବାଲୁଗାଁନଗର ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ବାଲୁଗାଁ ଥାନା ସମ୍ମୁଖରେ ଭାଜପା କର୍ମୀ ଧାରଣା ଦେବା ସହ ବିଧାୟକ ପ୍ରଶାନ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟାୟକ।