ବିଜେଡିର ପ୍ରତିଷ୍ଠା ଦିବସରେ ବିନା ହେଲମେଟରେ ବାଇକ ରାଲି: ଟ୍ବିଟ୍‌ ପରେ ଆକ୍ସନମୁଡ୍‌କୁ ଆସିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବିଜେଡି ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ଏକାଧିକ କର୍ମି ମାଷ୍ଟରକ୍ୟାଣ୍ଟିନ ଛକରୁ ବିଜେଡି ପାର୍ଟି ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଏକାଧିକ କର୍ମୀମାନେ ବିନା ହେଲମେଟରେ ବିଶାଳ ବାଇକ ରାଲିରେ ସହର ଛାତି ଉପରେ କାନ ଫଟା ହର୍ଣ୍ଣ ବଜାଇ ଯାଇଥିଲେ। ଆଇନି ସମସ୍ତଙ୍କ ପାଇଁ ସାମନ। ଣ ପାଇଁ ଦଳୀୟ କର୍ମୀମାନେ ବାଇକରେ ଗଲା ବେଳେ ହେଲମେଟ ପିନ୍ଧିବେ ନାହିଁ ବୋଲି ଅନେକ ଯୁବବର୍ଗ ଟ୍ବିଟ୍‌ରେ କମିଶନରେଟ ପୋଲିସକୁ ପଚାରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଶଢଙ୍ଗୀ କହିଛନ୍ତି ଯେ, ବିନା ହେଲେମେଟରେ ରାଜଧାନୀରେ ରାଜନେଅତିକ ଦଳର ବାଇକ ରାଲି କରିବା ଘଟଣାରେ ସିସିଟିଭି ଟିଭି ଆଧାରରେ ଯାଞ୍ଚ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ବିନା ହେଲମେଟରେ ବାଇକରେ ଯାଇଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବିଭିନ୍ନ ରାଜନୈତିକ ଦଳ ବାଇକ ରାଲି ସମୟରେଏଭଳି ନିୟମ ଉଲ୍ଲଂଘନ ଏକ ବଡ ସମସ୍ୟାଭାବେ ସାମ୍ନାକୁ ଆସିଛି। ଭବିଷ୍ୟତରେ ଏହାର ମୁକାବିଲା କରିବାକୁ ବ୍ୟବସ୍ଥ କରାଯିବ ବୋଲି ସେ କହିଛନ୍ତି।

ହେଲେ ଶାସକ ଦଳର କର୍ମୀମାନେ ଏଭଳି ବିନା ହେଲମେଟରେ ଚାଲିରେ ଯିବାକୁ ନେଇ ଟ୍ବିଟ୍‌ରେ ତୀବ୍ର ପ୍ରତିକ୍ରିୟା କରାଯାଉଛଉି। ଓମ୍‌ପ୍ରକାଶ ପଟ୍ଟନାୟକ ନାମକ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ବିନା ହେଲମେଟରେ ବାଇକରେ ଦଳିଅ ପତାକା ଲଗାଇ ଏକାଧିକ କର୍ମୀ ରାଲିରେ ରାଉଛନ୍ତି। ସେମାନଙ୍କୁ ଏଜି ଛକରେ ଟ୍ରାଫିକ ପୋଲିସ ଅଟକାଇଲା ନାହିଁ। ବରଂ ସାଧାରଣ ଲୋକଙ୍କୁ ଅଟକାଇ ଏମାନଙ୍କ ଛଡା ଗଲା କଣ ପାଇଁ ବୋଲି ସିପିଙ୍କଚ ପ୍ରଶ୍ନ କରିଛନ୍ତି।

ଏନେଇ ବିଶ୍ୱଜିତ୍‌ ନାମରେ ଜଣେ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ସୋସିଆଲ ମିଡିଆରେ ଓଲିଉଡ଼୍‌ ହିରୋ ବାବୁ ସାନ ବିନା ହେଲମେଟରେ ବାଇକ ଚଲାଉଥିବାରୁ ତାଙ୍କୁ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେଣୁ ଏହି କ୍ଷେତ୍ରରେ ବିନା ହେଲମେଟରେ ରାଲିରେ ଯାଇଥିବା ଶାସକ ଦଳୀର କର୍ମୀମାନଙ୍କୁ ବିରୋଧରେ ଜରିମାନା କେବେ ହେବ ବୋଲି କମିଶନ୍‌ରେଟ ପୋଲିସକୁ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ…

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ.. ଭୁବନେଶ୍ୱର,୨୭।୧୨: ଗଞ୍ଜାମ ଜିଲା ଆସିକାରେ ବିଜେଡି ଦୁଇ ଫାଳ ।...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମା’-ପୁଅ, ଆଉ ତା’ ପରେ…

ଢେଙ୍କାନାଳ,୨୭ା୧୨(ରତନ ନାୟାର): ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଦାଣ୍ଡିମାଳ ଷ୍ଟେଶନ ନିକଟରେ ଶୁକ୍ରବାର ଚଳନ୍ତା ଟ୍ରେନରୁ ଖସିପଡ଼ି ମା-ପୁଅ ଗୁରୁତର ଭାବେ ଉଦ୍ଧାର ହୋଇ ଜିଲା ମୁଖ୍ୟ...

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୭।୧୨: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ...

୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ଗାଡ଼ି ଶୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର,୨୭ା୧୨: ବ୍ରହ୍ମପୁରର ଏକ ଇଲେକ୍ଟ୍ରି ଗାଡ଼ି ଶୋ’ ରୁମ୍‌ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟାଉନ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍‌ରେ...

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ପୁଣି ଆସୁଛି ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri