ବିଜେଡି ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ଘରେ ନ ବସି ଲୋକଙ୍କ ପାଖକୁ ଯାଅ’

ଢେଙ୍କାନାଳ ଅଫିସ, ୪।୯-ଦୀର୍ଘଦିନ ଧରି ଢେଙ୍କାନାଳ ଜିଲା ବିଜେଡିର ଗଡ଼ ଭାବେ ରହି ଆସିଛି। ଦଳକୁ ଅଧିକ ସୁଦୃଢ଼ କରିବାକୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଜିଲାକୁ ୧ ନମ୍ବର କରିବାକୁ ହେଲେ କର୍ମୀଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଘରେ ବସି ସଭ୍ୟ ସଂଗ୍ରହ ନ କରି ଲୋକଙ୍କୁ ପାଖକୁ ଗଲେ ଜନସମ୍ପର୍କ ବଢ଼ିବା ସହ ଦଳ ଉପକୃତ ହେବ ବୋଲି କହିଛନ୍ତି ଜିଲା ବିଜେଡି ସଭାପତି ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ରେ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ସେ ନେତୃବୃନ୍ଦଙ୍କୁ ଏପରି ପରାମର୍ଶ ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକ ଏବଂ ଦଳପ୍ରତି ଜନସାଧାରଣଙ୍କ ଯେଉଁ ବିଶ୍ୱାସ ରହିଛି, ଆମେ ସମସ୍ତେ ଏହାକୁ ବଜାୟ ରଖିବା ବୋଲି ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଜ୍ୟ ବିଜେଡି ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ବିଜେଡି କେବଳ ରାଜନୈତିକ ଦଳରେ ସୀମିତ ନୁହେଁ। ଦଳର ସାମାଜିକ ପ୍ରତିବଦ୍ଧତା ମଧ୍ୟ ରହିଛି। ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ମହିଳା ଏବଂ ଯୁବକଙ୍କୁ ସାମିଲ କରିବା ଆଜିର ଆହ୍ବାନ। ଏଥିଲାଗି ଚଳିତ ୨ରୁ ଅକ୍ଟୋବର ୩୧ ଯାଏ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ। ଏମ୍‌ପି ମହେଶ ସାହୁ, ବିଧାୟକ ଡା. ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ, ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବକଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।
ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ବିତ କରିବାକୁ ଯୋଜନା କରାଯାଇଛି। ଏଥିଲାଗି ପଞ୍ଚାୟତର ପ୍ରତି ଓ୍ବାର୍ଡରେ ୪ଜଣ, ଏନ୍‌ଏସିରେ ୫ଜଣ ଏବଂ ପୌରାଞ୍ଚଳରେ ୧୫ଜଣ ନିୟୋଜିତ ହୋଇଛନ୍ତି। ଏହି କାର୍ଯ୍ୟକୁ ଅଧିକ ସହଜ କରିବାକୁ ଅନ୍‌ଲାଇନ ସୁବିଧା ମଧ୍ୟ ଉପଲବ୍ଧ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ରୁମ୍‌ରେ ପଶିଲା ହନୁ, ଭାଇରାଲ୍ ହେଲା ଭିଡିଓ

ଖୋର୍ଦ୍ଧା,୨୯।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଚାରପତି କୋର୍ଟରେ ଏକ ମାମଲାର ସାକ୍ଷ୍ୟ...

ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣି ଆଣୁଛି ଶାନ୍ତି ଉପତ୍ୟକା, ଜମୁଛି ଭିଡ଼

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଲେ ଅନେକ ପର୍ଯ୍ୟଟନକ୍ଷେତ୍ର ଦେଖିବାର ସୁଯୋଗ ପାଇଥାନ୍ତି। ହେଲେ ଏଠାରେ ଏଭଳି ଏକ ପ୍ରମୁଖ...

ମହିଳାଙ୍କ ନାମରେ ଋଣ ଟଙ୍କା ଉଠାଇ ସପରିବାର ଫେରାର ହୋଇଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୯ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମର କିଛି ମହିଳାଙ୍କ ନାମରେ ପ୍ରାୟ ସାଢ଼େ ୫ ଲକ୍ଷ...

ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ୱର,୨୯।୧୧: ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସିଙ୍ଗାଖୁଣ୍ଟା ବଜାରରେ ଥିବା ଏକ ଗ୍ରୋସରି ଦୋକାନରେ ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି। ଫଳରେ...

ଇଣ୍ଡିଆ-୨୦୪୭ ମିଶନ ପାଇଁ ପ୍ରସ୍ତୁତ ହୁଅ

ବରଗଡ,୨୮।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଏବଂ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ-୨୦୨୪ ଉଦ୍‌ଯାପିତ ହୋଇଯାଇଛି। ବିକାଶ ହାୟର ଏଜୁକେଶନାଲ...

ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା

ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ...

ଯୁଦ୍ଧର ଭ୍ରମ ସୃଷ୍ଟିକଲା ନୌସେନା ମକ୍‌ଡ୍ରିଲ୍‌

ପୁରୀ,୨୯ା୧୧(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ଡିସେମ୍ବର ୪ରେ ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ...

ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’

କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri