ବିଜେପୁରର ଅଇତିହାସିକ ଦାମୋଦର କଟା:ସାଫ୍‌ ନାଇଁ ହେଲା ଅମରି, ପଦମ୍‌ଫୁଲ୍‌

ବିଜେପୁର, ୨୫।୬ (ଡି.ଏନ୍‌.ଏ):
ଖେତ୍‌ ଟାକେ ମୁଡ଼ାଟେ ଲେଖେଁ ବରଗଡ଼ ଜିଲା ବିଜେପୁରବାସୀଙ୍କର ଜୀବନ୍‌ ଜୀବିକା ସଂଗେ ବରକସ୍‌ କରି ଜୁଡ଼ି ହେଇ ରହିଛେ ଦାମୋଦର କଟା। ଆଏଜ୍‌କେ ଦୁଇଶହ ବଛର୍‌ ଭରନା ହେଇଥିବାର ଇ ୧୫୩ ଏକର କଟା ଇହାଦେ ଲୁଭ ଲୁଭନିଅଁା ଦିଶୁଛେ। ଆଘର ମିତାର ହାତୀ ବୁଡ଼ବୁଡ଼ ଲେଖେଁ ପାଏନ୍‌ ରହି ଝଲି ମାରୁଛେ। ଇହାଦେ ଭିଲ କଟାର ପାଏନଥି ଦୁଇ ଫସଲି ଚାଷ ହେଉଛେ। ପଦ୍ମପୁର କ୍ଷୁଦ୍ର ଜଳ ସେଚନ୍‌ ବିଭାଗ ଇତାର୍‌ ଦେଖ୍‌ଭାଲ୍‌ ନାଇଁକଲା। ଯେନ୍‌ଥିରଲାଗି ଗଲା ୧୫ ବଛର୍‌ ତଲେ ପଁକ୍‌, ଅମରି, ପଦମ୍‌ଫୁଲଥି କଟା ଭରତି ହେଇଯାଇଥିଲା। ହେଲେ ୨୦୧୦ନୁ ଲାଗ୍‌ଲାଗ୍‌ ଫିବଛର କଟାର ଉନ୍‌ନତିକରନ୍‌ ଲାଗି ଭିନ୍‌ ଭିନ୍‌ ଅନୁଷ୍‌ଠାନ ଦାବି କରିଥିଲେ। ୨୦୧୮ ଉପନିରବାଚନ୍‌ ସମିଆକେ ସରକାରକଁର ଚେତା ପଶ୍‌ଲା। କଟାର ବଢ଼ତିଲାଗି ସାଢ଼େ ଚାଏର କୋଟି ଟଁକା ଅନୁଦାନ ଦେଲେ। ପଦ୍ମପୁର ଏମ୍‌ଆଇପି ବିଭାଗର୍‌ ହେପାଜତଥି ଗଲା ବଛର୍‌ କାମ ମୂଲ ହେଇଥିଲା। କଟାର ତଲିଫାଲର ଅମରି, ପଦମ୍‌ଫୁଲ, ପଁକ୍‌ ସଫା କରାଯାଇଥିଲା। ହେଲେ ଉପରଫାଲେ ଏହାଦେ ଭିଲ ଅମରି, ପଦମ୍‌ଫୁଲ୍‌, ପଁକ୍‌ ଭରି ରହିଛେ। ଇତାକେ ସାଫ୍‌ ନାଇଁ କଲେ ବଛର୍‌ ପାଁଚେକେ କଟାର ହାଲ୍‌ ଫେର ଆଘୋର ମିତାର ହେଇଯିବା। ପଦମ୍‌ପୁର କ୍ଷୁଦ୍ର ଜଳ ସେଚନ ବିଭାଗ ନିରବାଚନ୍‌ ଆଚରଣ ବିଧି ଉଠଲା ଉତାରୁ ଅମରି, ପଦମ୍‌ଫୁଲ ସାଫ୍‌ କରାଯିବା ବଲି କଥା ଦେଇଥିଲା। ହେଲେ ଅଷାଡ଼ ମାସ୍‌ ମୂଲ ହେଇଗଲାନ ହେଲେ କାମ୍‌ ନୁହେ ହୁଏ। ସାଢ଼େ ୪ କୋଟିଥି ଅମରି, ପଦମ୍‌ଫୁଲ, ପଁକ୍‌ ସାଫ୍‌ ନାଇଁ ହେଲା ତ ଆର କେତେ କୋଟି ହେଲେ ସାଫ୍‌ ହେବା। କେତେଟା ଉପନିର୍‌ବାଚନ ହେଲେ କଟାର ହାଲ୍‌ ସୁଧିରବା ବଲି ସବୁଠାନେ ଚରଚା ଜୋର ଧରିଛେ। ଭାଜପା ନେତ୍ରୀ ଶକୁନ୍ତଳା ମହାପାତ୍ର କହିଛନ୍‌ ଯେ, ଗଲା ଭୋଟ ସମିଆରେ ଦାମୋଦର କଟାର ଉନ୍‌ନତି କରାଯିବା, ହେଲେ ଭୋଟ ସଏଲା ଉତାରୁ ସବୁ ଚୁଛାଟା। ଏଛେନ୍‌ ଭିଲ ଉପର ଫାଲେ ପଦମ୍‌ଫୁଲ, ଅମରି ଭରି ରହିଛେ। ଆଏବା ଭୋଟ ସମିଆରେ ବି ସରକାର ଦାମୋଦର କଟାର କଥା କହି ଲୁକ୍‌କୁ ଭକୁଆ ବନାବେ। ସେନ୍‌ତା ବିଜେଡି ନେତା ଜନାର୍ଦ୍ଧନ ପାଣିଗ୍ରାହୀ କହଛନ୍‌ ଯେ, ଦାମୋଦର କଟାର୍‌ ବଢ଼ତି ଲାଗି ସରକାର୍‌ କ୍ଷୁଦ୍ର ଜଳ ସେଚନ୍‌ ବିଭାଗ ପଦ୍ମପୁରକେ ଦାଇତିଅ ଦେଇଛନ୍‌। ଖେପ୍‌ ଖେପ୍‌ କରି ବିଭାଗ କଟାର କାମ୍‌ କରୁଛେ, ଆଗ୍‌କେ ବି କରବା। ଇ ବାବ୍‌ଦେ ପଦ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁକୁଁ ପଚରାଲାରୁ ବରଷା ଆସିଗଲାନ, ମେଶିନରେ କାମ୍‌ କରବାର ସମଭବ୍‌ ନୁହେ। ଲୋକ୍‌ ଲଗେଇ ଅମରି, ପଦମ୍‌ଫୁଲ ସାଫ୍‌ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri