Posted inଖେଳ

ବିଦେଶରେ ଟି୨୦ ଲିଗ୍‌ ଖେଳିବାକୁ ପ୍ରଜ୍ଞାନ ଆଗ୍ରହୀ

ନବି ମୁମ୍ବାଇ, ୨୫ା୨ (ପି.ଟି.)-ଭାରତର ପୂର୍ବତନ ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ବିଦେଶରେ ଟି୨୦ ଲିଗ୍‌ ଖେଳିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନୁମତି ନେବେ ବୋଲି କହିଛନ୍ତି। ଓଝା ଗତ ସପ୍ତାହରେ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅବସର ପରେ ମୁଁ କ’ଣ କରିବି ସେ ନେଇ କେତେକ କଥା ମୋ ମନରେ ରହିଛି। ପ୍ରଥମତଃ ମୁଁ ବିସିସିଆଇ ସହିତ ରହିବି। କମେଣ୍ଟ୍ରି କରିବା ପାଇଁ ମଧ୍ୟ ମୋର ଆଗ୍ରହ ରହିଛି। ଭାରତ ବାହାରେ ବିଦେଶରେ କେତେକ ଲିଗ୍‌ରେ ଖେଳିବା ଲାଗି ମୋର ଇଚ୍ଛା ରହିଛି। ତେବେ ବିସିସିଆଇ ଯଦି ଅନୁମତି ଦିଏ। ଏଠାରେ ଡିଓ୍ବାଇ ପାଟିଲ ଟି୨୦ କପ୍‌ ଟୁର୍ନାମେଣ୍ଟ ଦେଖିବା ଲାଗି ଆସିଥିବା ବେଳେ ଖବରଦାତାଙ୍କ ଦ୍ୱାରା ପଚରାଯାଇଥିବା କେତୋଟି ପ୍ରଶ୍ନର ଉତ୍ତରରେ ସେ ଏକଥା କହିଛନ୍ତି। ଓଝା କରିତକର୍ମା ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ଖେଳିଛନ୍ତି। ପୂର୍ବତନ ଅଧିନାୟକଙ୍କୁ ସେ ‘ବୋଲର୍ସ କ୍ୟାପଟେନ୍‌’ ବୋଲି ଆଖ୍ୟା ଦେଇଛନ୍ତି। ଧୋନୀ ଏଭଳି ଜଣେ ଅଧିନାୟକ ସେ ବୋଲରଙ୍କ ମନ କଥା ବୁଝିପାରନ୍ତି ଏବଂ ଆବଶ୍ୟକ ଟିପ୍ସ ମଧ୍ୟ ଦେଇଥାନ୍ତି। ବୋଲିଂକୁ ଚାହିଁ ଫିଲ୍ଡିଂ ସଜାଇଥାନ୍ତି। ଓଝା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଟିମ...

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri