ଭଞ୍ଜନଗର,୧୮।୪(ଡି.ଏନ.ଏ)- ଲକ୍ଡ଼ାଉନ ପୂର୍ବରୁ ଏକ ବିଦେଶୀ ମଦ ଭର୍ତ୍ତି ଟ୍ରକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ଏହି ସମୟରେ ଲକ୍ଡ଼ାଉନ ଘୋଷଣା ହୋଇଯାଇଥିଲା। ଚାଳକ ନିଜ ଗ୍ରାମକୁ ଟ୍ରକଟିକୁ ନେଇ ଆସିଥିଲେ। ଗଁାରେ ରଖିବା ସମୟରେ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ଚାଳକ। ଏନେଇ ପୋଲିସ ପ୍ରଶାସନ ପାଖରେ ଖବର ପହଞ୍ଚତ୍ଥିଲା। ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନେତୃତରେ ବେଲଗୁଣ୍ଠା ଫାଣ୍ଡି ପୋଲିସ ଉପସ୍ଥିତିରେ ଶନିବାର କେବିରିବରପୁରରେ ଚଢ଼ାଉ କରାଯାଇ ଉକ୍ତ ଟ୍ରକଟିକୁ ଜବତ କରାଯାଇଥିଲା। ଚାଳକଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।