Posted inରାଜ୍ୟ

ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶକୁ ଅଭିଭାବକଙ୍କ ବିରୋଧ

ବାଲିଆ,୬।୬: ବିରିଡ଼ି ବ୍ଲକ ୨୨ ମୌଜା ବାରେଡ଼ିଆ ପଞ୍ଚାୟତର ଢିଅସାହିବିରି ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବା ଦର୍ଶାଇ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ବିଦ୍ୟାଳୟରେ ପଢୁଥିବା ୯ ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରିଛନ୍ତି। ବହୁ ପୁରାତନ ଏହି ବିଦ୍ୟାଳୟରେ ହିଁ ସେମାନଙ୍କ ପିଲାମାନେ ପଢିବେ ବୋଲି ଅଭିଭାବକମାନେ ପ୍ରକାଶ କରିବା ସହ ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ଯଦି ଏହା ନ ହୁଏ, ତେବେ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଦ୍ୟାଳୟର ଚେୟାରମ୍ୟାନ୍‌ ଅନୁସୟା ମହାପାତ୍ର, ପ୍ରମିଳା ମହାପାତ୍ର, ମଧୁସ୍ମିତା ମହାପାତ୍ର, ସରୋଜିନୀ ମହାପାତ୍ର, ଶୈଳବାଳା ମହାପାତ୍ର, ରେଣୁଭାଳା ମହାପାତ୍ର, ସୌଦାମିନୀ ମହାପାତ୍ର, କାଞ୍ଚନବାଳା ମହାପାତ୍ର, ମଞ୍ଜୁଲତା ମହାପାତ୍ର, ଜୋତ୍ସ୍ନାରାଣୀ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ମୁରଲୀପାଣି ମିଶ୍ର, ସୁକାନ୍ତ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଏହି ବିଦ୍ୟାଳୟ ବହୁ ପୁରୁଣା। ଏଠାରୁ ଗେଲପୁର ଉଚ୍ଚ ବିଦ୍ୟାଳୟ ପ୍ରାୟ ୨ କିଲୋମିଟର ଦୂର ହୋଇଥିବାବେଳେ ବାରେଡିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ ୩ କିଲୋମିଟର ଦୂର। ତେଣୁ ଏହି ବିଦ୍ୟାଳୟ ବନ୍ଦ ହୋଇଗଲେ ଛୋଟ ପିଲାମାନେ ଏତେ ଦୂର ଯାଇପାରିବେ ନାହିଁ। ତେଣୁ ଏହି ଆଦେଶ ପ୍ରତ୍ୟାହାର କରି ବିଦ୍ୟାଳୟରେ ପଢା ଚାଲୁ ରଖିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୯ ଛାତ୍ରୀଛାତ୍ର ପଢୁଛନ୍ତି। ଆଉ ୧୦ ଜଣ ପିଲା ଉକ୍ତ ବିଦ୍ୟାଳୟରେ ନାମ ଲେଖାଇବେ। ତେଣୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ ପୂରଣ ହେବାକୁ ଥିବାରୁ ଏହା ଉପରେ ପୁନର୍ବିଚାର କରିବାକୁ ଅଭିଭାବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri