ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ ବିଭାଗ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ଅଶୁର ଖୋଳ ଗ୍ରାମର ଅର୍ଜୁନ ପେଣ୍ଠେଇ। ଏପରି କି ବନ ବିଭାଗ ତାଙ୍କଠାରୁ ବିଦ୍ୟୁତ୍‌ ତାର ଓ ଧନୁ ତୀର ଜବତ କରିଛି ଅନ୍ୟପକ୍ଷେ ଘଟଣାସ୍ଥଳରୁ ୫ଜଣ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ତିଲେଇବଣି ଫରେଷ୍ଟ ସେକ୍ସନର ଅଶୁରଖୋଳ ନିକଟସ୍ଥ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଶିକାରୀ ବିଦ୍ୟୁତ୍‌ ତାର ବିଛାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ତିଲେଇବଣି ଫରେଷ୍ଟର ସୁଧାଁଶୁ ବେହେରା ସଦଳବଳେ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ବେଳେ ଅର୍ଜୁନ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ଧରାପଡିଥିଲେ। ହେଲେ ଅନ୍ୟ ୫ ସହଯୋଗୀ ଫେରାର ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ୬ଜଣଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି। ଗିରଫ ଅର୍ଜୁନକୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉରେ ଦେବଗଡ଼ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ କୁମାର ପାନ୍ନା ଓ ଦେବଗଡ ବନ ବିଭାଗ ସ୍କ୍ବାର୍ଡ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଜନିତ ହତ୍ୟା କାଣ୍ଡ: ସୁନାମୁନି ଘାଟରୁ ମୃତ ଦେହ ଜବତ: ଜଣେ ଅଟକ

କେନ୍ଦୁଝର,୨୯।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ବେତରଣୀ ନଦୀର ସୁନାମୁନି ଘାଟ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ଘଟଣା ଉକ୍ତ...

ମୁଖ୍ୟମନ୍ତ୍ରୀଙ୍କ ରଣପୁର ଗସ୍ତ: କ୍ଷତିଗ୍ରସ୍ତ ଜମି ବୁଲି ଚାଷୀଙ୍କ ସହ କଲେ ଆଲୋଚନା

ନୟାଗଡ଼,୨୯।୧୨: ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଧନ ଫସଲ ଉଜୁଡି ଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲି କ୍ୟାପ୍ଟରରେ ରଣପୁର ଜେଲଛକ ପଡ଼ିଆରେ...

ଆଦାୟ ଅନୁସାରେ ବିକାଶ ଶୂନ: ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ରାସ୍ତାର ନକ୍ସା ବଦଳାଉଛି ଲଘୁଚାପ ବର୍ଷା

ଦାରିଙ୍ଗବାଡି,୨୯ ।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ସୌନ୍ଦର୍ଯ୍ୟର ଗନ୍ତାଘର। ପର୍ଯ୍ୟଟନକ୍ଷେତ୍ର ରହିଥିବାରୁ ଦୈନିକ ଶହତଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି। ହେଲେ ଉକ୍ତ...

ଶ୍ରୀମନ୍ଦିର ଗୁମୁଟ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ

ପୁରୀ,୨୯।୧୨( ଅଜିତ୍ କୁମାର ମହାନ୍ତି): ନୂଆବର୍ଷକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ଆଜିଠାରୁ...

ଟ୍ରାନ୍ସଫର୍ମରକୁ ପିଟଲା ପରିବା ବୋଝେଇ ପିକ୍‌ଅପ, ପରେ….

ପୋଲସରା,୨୯।୧୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମ ନିକଟରେ ଏକ ପରିବା ବୋଝେଇ ଗାଡ଼ି ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ଥିବା ଏକ...

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୩ ମୃତ,୨୦ ଆହତ 

କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ...

ଉଜୁଡ଼ା ଧାନକ୍ଷେତ ଦେଖି ୨ ଚାଷୀଙ୍କ ମୃତ୍ୟୁ

ଯାଜପୁର/ବିଞ୍ଝାରପୁର/ଡେରାବିଶ,୨୯।୧୨(ହର୍ଷବର୍ଦ୍ଧନ ବେହେରା/ ରାମକୃଷ୍ଣ ଦାସ/ ବେବର୍ତ୍ତା ଅଜୟ ଦାସ): ଏଥର ଜମିରେ ସୁନାର ଫସଲ ଦେଖି ଚାଷୀ ଆତ୍ମବିଭୋର ହୋଇଥିଲେ। କିନ୍ତୁ ଲଘୁଚାପ ଜନିତ ଅଦିନିଆ...

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri