ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍ରେ ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପଟ ହୋଇଥିଲେ। ଗ୍ରୀନ୍ କଲର ଟପ୍ସ ଓ ଜିନ୍ସରେ ଥିବା ପ୍ରିୟାଙ୍କୁ କେହି ବି ଗଣମାଧ୍ୟମ ପ୍ରତିନିଧି ଚିହ୍ନି ପାରି ନ ଥିଲେ। କାରଣ ଥିଲା ପ୍ରିୟା ଥିଲେ ବିନା ମେକଅପ୍ରେ। ଦିନେ ଆଖିମାରି ରାତାରାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟା ଏବେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ତାଙ୍କର ଏମିତି ଗେଟ୍ଅପ୍ ଏବେ ପୁଣିଥରେ ଭାଇରାଲ୍ ହୋଇଛି।