କାଶୀନଗର, ୧୮।୪(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ଏନଏସିର ପଟେଲରୋଡରେ ଏକ ଲେଭଲ କ୍ରସିଂ ରହିଛି। ଏହି ଲେଭଲ କ୍ରସିଂ ଦେଇ ଦିନକୁ ୭ଥର ଟ୍ରେନ ଯିବା ଆସିବା କରେ। ଦ୍ରୁତଗାମୀ ରାଜ୍ୟରାଣୀ ଏକ୍ସପ୍ରେସ ସହ ପୁରୀ-ଗୁଣୁପୁର, ବିଶାଖାପାଟଣା- ଗୁଣୁପୁର ପାସେଞ୍ଜର ଏହି ଲେଭଲ କ୍ରସିଂ ଦେଇ ଯାଏ । କାଶୀନଗର ସହରର ପଟେଲରୋଡ ମୁଖ୍ୟରାସ୍ତା ହୋଇଥିବାରୁ ଏହି ରୋଡ ଦେଇ ବହୁ ଲୋକ ଯିବାଆସିବା କରନ୍ତି । ଗାଡି ମୋଟର ବି ବହୁ ସଂଖ୍ୟାରେ ଯାତାୟତ କରିଥାଏ । ଅଥଚ ଦିନରାତି କେବେ ବି ଗେଟ ପଡେ ନାହିଁ । ଫଳରେ ସବୁବେଳେ ବିପଦର ଆଶଙ୍କା ଲାଗିରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶୀନଗର ନାରୋଗେଜ ଥିବାବେଳେ ବି ଗେଟ ନ ପଡିବା ଯୋଗୁ ଏକାଧିକବାର ଦୁର୍ଘଟଣା ଘଟିଥିଲା। ବ୍ରହ୍ମପୁରରୁ ଗୁଣୁପୁର ଆସୁଥିବା ଏକ ପ୍ରାଇଭେଟ ବସ ଟ୍ରେନ ସହ ଧକ୍କା ଖାଇବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏବେ ବ୍ରଡଗେଡ ଲାଇନ ହେବା ପରେ ବି କେହି ଗେଟମ୍ୟାନ ନ ରହିବା ଓ ଟ୍ରେନ ଆସିବା ସମୟରେ ଗେଟ ନ ପଡିବା ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଏକ ପ୍ରାଇଭେଟ କମ୍ପାନୀ ଜରିଆରେ ମାର୍ଚ୍ଚ ପୂର୍ବରୁ କେତେକ ଗେଟ ମିତ୍ରମାନେ ନିଯୁକ୍ତ ପାଇ ଲେଭଲ କ୍ରସିଂ ଗେଟ ପକାଉଥିଲେ। ବର୍ତ୍ତମାନ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ଯୋଗୁ ଆଉ କେହି ଗେଟ ପକାଇବାକୁ ରହୁନାହାନ୍ତି । ରେଳ ବିଭାଗ ଲୋକଙ୍କ ଜୀବନ ସହ ନ ଖେଳି ଖୁବଶୀଘ୍ର ଗେଟମ୍ୟାନ ନିଯୁକ୍ତି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ
ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ...

ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ
ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ଲାଇନ ଗେମ୍ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ
ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।...

ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ଅଳ୍ପକେ ବଞ୍ଚିଗଲା ରୋଗୀଙ୍କ ସମେତ ୮ ଜଣଙ୍କ ଜୀବନ
ରାୟଗଡା,୧୦।୩: ସୋମବାର ରାୟଗଡା ଜିଲା କାଣିପାଇ ନିକଟରେ ରେଳପଥ ପାର ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ୍ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଆମ୍ବୁଲାନ୍ସଟି ରାୟଗଡ଼ାର...

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ
ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍ରୁ ଖସି ପଡି ଜଣେ ବିଏସଏଫ୍ ଯବାନ ଗୁରୁତର...

କାଲି ଟ୍ରଲର ଆଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଯାତାୟତ ବାଧାପ୍ରାପ୍ତ
ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା): ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ଦିନକୁ ଦିନ ବିପଦଜନକ ହୋଇପଡିଛି ରାୟଗଡ଼ା – କୋରାପୁଟ ୩୨୬ ନଂ...

ଜୋର୍ ଧରିଲା ବ୍ଲକ୍ ଘୋଷଣା ଦାବି: ଏକାଠି ହେଲେ ୭ ପଞ୍ଚାୟତବାସୀ
ରାୟଗଡ଼ା,୨୦।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଜେମାଦେଈପେଣ୍ଠକୁ ସ୍ବତନ୍ତ୍ର ବ୍ଲକ୍ ମାନ୍ୟତା ଦାବିରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଜିଲାପାଳ ପାରୁଲ ପଟୱାରିଙ୍କୁ ଏକ...