ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାବିରୋଡ ଅଞ୍ଚଳର ଉପେନ୍ଦ୍ର ସାହୁ ଏବଂ ଝିଲିର ସିଦ୍ଧାନ୍ତ ବେହେରା। ପୋଲିସ କହିଛି, ଉଭୟେ ଦୀର୍ଘଦିନ ହେଲା ଚୋରାରେ ନକଲି ବିଦେଶୀ ମଦ ତିଆରି କରୁଥିଲେ। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨୨୦ ନକଲି ବିଦେଶୀ ମଦ ବୋତଲ, ଠିପି, ଲୋଗୋ, ମଦ ତିଆରିରେ ବ୍ୟବହୃତ ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଚଢ଼ାଉରେ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ସନ୍ତୋଷ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।