ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କାଜଲଙ୍କ ପ୍ରେମସମ୍ପର୍କକୁ ନେଇ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ସେ ଖଣ୍ଡନ କରି ଲଭ୍ ନୁହେଁ, ଆରେଞ୍ଜ ମ୍ୟାରେଜ୍ କରିବେ ବୋଲି କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ବିବାହ କରିବେ ନାହିଁ, ମମି-ପାପାଙ୍କ ସହମତିରେ ବିବାହ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। କୁହାଯାଉଛି କାଜଲ ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କୁ ବିବାହ କରିବେ। ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ୍’ରୁ ହିନ୍ଦୀ ଫିଲ୍ମ ଜଗତରେ ଏଣ୍ଟ୍ରି ମାରିଥିବା କାଜଲ ଆଗାମୀ ୨୦୨୦ ଆରମ୍ଭରେ ବିବାହ କରିବେ। ଏଥିପାଇଁ ଆଗୁଆ ଶୁଟିଂ ଶେଷ କରଦେଉଛନ୍ତି। ଭାରତୀୟ କ୍ରିକେଟର୍ ରୋହିତ ଶର୍ମାଙ୍କ ସହ କାଜଲଙ୍କ ପ୍ରେମ ସମ୍ପର୍କ ଥିବା ବେଶ୍ ଚର୍ଚ୍ଚା ହେଉଥିଲା। ତେବେ ରୋହିତଙ୍କ ବିବାହ ପରେ ଏହି ଚର୍ଚ୍ଚାରେ ଯବନିକା ପଡିଥିଲା।