ଜୟପୁର, ୨୩।୬- ପୂର୍ବରୁ ଅନେକ ଭାରତୀୟ କ୍ରୀଡ଼ାବିତ୍ ପରସ୍ପର ବିବାହ ବନ୍ଧରେ ଆବଦ୍ଧ ହେବାର ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ଦୁଇ ଭାରତୀୟ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ। ଆସନ୍ତା ଜୁନ୍ ୩୦ରେ ରାଞ୍ଚତ୍ରେ ଉଭୟ ଦୀପିକା ଓ ଅତନୁ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି। ଦୀପିକାଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବାବେଳେ ଅତନୁ ବେଙ୍ଗଲର ବାସିନ୍ଦା। ଗତ ୧୨ ବର୍ଷ ହେବ ଉଭୟ ତୀରନ୍ଦାଜୀ କ୍ରୀଡ଼ା ସହ ଜଡ଼ିତ ରହିଛନ୍ତି। ଆରମ୍ଭରୁ ଉଭୟ ଭଲ ବନ୍ଧୁ ଥିଲେ। କିନ୍ତୁ ପରେ ଏହି ବନ୍ଧୁତ୍ୱ ଭାଙ୍ଗିଗଲା। ଏପରିକି ଦୀପିକା ଓ ଅତନୁ ୭ ବର୍ଷ ପର୍ଯ୍ୟନ୍ତ ଏହାପରେ କଥାବର୍ତ୍ତା ହୋଇ ନ ଥିଲେ। ତେବେ ପୁଣିଥରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା, ଯାହାକି ଏବେ ବିବାହ ବନ୍ଧନରେ ପରିଣତ ହେବାକୁ ଯାଉଛି। ଦୀପିକା ଓ ଅତନୁ ଟୋକିଓ ଅଲିମ୍ପିକ୍ସକୁ ମଧ୍ୟ ଯୋଗ୍ୟତା ହାସଲ କରିସାରିଛନ୍ତି। ପୂର୍ବରୁ ଦୁହେଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଶେଷ ହେବାପରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହାମାରୀ କରୋନା ଲାଗି ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚତ୍ୟାଇଥିବାରୁ ଏବେ କୌଣସି କ୍ୟାମ୍ପ୍ କିମ୍ବା ଟୁର୍ନାମେଣ୍ଟ ନାହିଁ। ତେଣୁ ଜୁନ୍ ୩୦ରେ ବିବାହ କରିବେ ବୋଲି ଉଭୟ ନିଷ୍ପତ୍ତି ନେଇଥିଲେ।