Posted inଜାତୀୟ

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା ନେଇଛନ୍ତି ଜଣେ ପୁଅ। ବିଲ୍ଲୁପୁରମ୍‌ର ଟିଣ୍ଡିଓ୍ବନମ୍‌ରେ ଥିବା ସଙ୍ଗନୁର ଗାଁରେ ୩୧ ବର୍ଷୀୟ ଆଲେକଜେଣ୍ଡର(୩୧)ଙ୍କ ବିବାହ ଆଗାମୀ ସେପ୍ଟେମ୍ବର ୨ରେ ସ୍ଥିର କରାଯାଇଥିଲା। ହଠାତ୍‌ ଗତ ଶୁକ୍ରବାର ଆଲେକଜେଣ୍ଡରଙ୍କ ପିତା ଜେବାମଣିଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ପିତା ପୁଅର ବିବାହକୁ ନେଇ ବହୁତ୍‌ ଖୁସି ଥିଲେ। ଏପରିକି ପିତାଙ୍କ ପସନ୍ଦର କନ୍ୟାକୁ ବିବାହ କରିବାକୁ ଯାଉଥିଲେ ପୁଅ। ପିତାଙ୍କ ହଠାତ୍‌ ମୃତ୍ୟୁ ହେବା ପରେ ଆଲେକଜେଣ୍ଡର କ୍ରିୟାକର୍ମ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପିତାଙ୍କ ସ୍ବପ୍ନ ପୂରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପରିବାର ଲୋକେ କହିଛନ୍ତି। ଏନେଇ ଆଲେକଜେଣ୍ଡର ନିଜ ଭାବୀ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ପଚାରିଥିଲେ। ଏଥିରେ ସେ ରାଜି ହୋଇଯିବାରୁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ପ୍ରଥମେ ମୃତ ପିତାଙ୍କୁ ଏକ ନୂତନ ବସ୍ତ୍ର ଘୋଡାଇ ବରଯାତ୍ରୀ ସହ ବିବାହ ମଣ୍ଡପକୁ ନେଇଥିଲେ। ସେଠାରେ ବିବାହ ବେଦି ଆଗରେ ପିତାଙ୍କ ମୃତଦେହ ରଖାଯାଇଥିଲା। ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ମୃତ ପିତାଙ୍କ ସହ ଫଟୋ ଉଠାଇଥିଲେ ନବଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ନିଗମବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୭।୧୨: ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ସଂନ୍ଧ୍ୟାରେ ବିଗିଡ଼ିବା ଯୋଗୁ...

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୨୭।୧୨: ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ...

ମନମୋହନ ମୋର ବନ୍ଧୁ, ମାର୍ଗଦର୍ଶକ ଥିଲେ,ତାଙ୍କୁ ହରାଇବା ମୋର ବ୍ୟକ୍ତିଗତ କ୍ଷତି: ସୋନିଆ

ନୂଆଦିଲ୍ଲୀ,୨୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶୁକ୍ରବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଏକ ସଂକଳ୍ପ ପାରିତ...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍‌, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୧୨: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। କେବଳ ଦେଶ ନୁହେଁ ସେ ଜଣେ ଭଲ ଅର୍ଥନୀତିଜ୍ଞ ଭାବେ...

‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୧୨: ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ...

ନେହେରୁଙ୍କ ଠାରୁ ବାଜପେୟୀ ଯାଏ…ମୃତ୍ୟୁ ପରେ ଏହି ପ୍ରଧାନମନ୍ତ୍ରୀଙ୍କ ଏତେଦିନ ଯାଏ ରଖାଯାଇଛି ମୃତଦେହ

ନୂଆଦିଲ୍ଲୀ,୨୭।୧୨: ଡିସେମ୍ବର ୨୬ ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ତାଙ୍କର ମୃତଦେହ ଡିସେମ୍ବର ୨୮ ଶନିବାର ଦିନ କଂଗ୍ରେସ...

ମନମୋହନଙ୍କ ପାର୍ଥିବ ଶରୀରରେ କିଏ ଦେବେ ମୁଖାଗ୍ନୀ, କ’ଣ କହୁଛି ଶାସ୍ତ୍ର

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୯୨ବର୍ଷ ବୟସରେ ଏକ୍ସ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର ୭ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri