ବନ୍ତ,୯।୧୦(ଡି.ଏନ୍.ଏ): ବିଭିନ୍ନ ଦାବିନେଇ ଭଦ୍ରକ ଜିଲା ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଜୋନ୍ କମିଟି ପକ୍ଷରୁ ବୁଧବାର ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, କଂକ୍ରିଟ ରାସ୍ତା ନିର୍ମାଣରେ ଅନିୟମିତତା ଆଦି ଦାବିରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜିଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି, ପରମେଶ୍ୱର ବାରିକଙ୍କ ନେତୃତ୍ୱରେ ସାଥୀ ସମର୍ଥକମାନେ ଧାରଣାରେ ବସିଛନ୍ତି।