ବିଜେପୁର,୧୪।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ୭ ଦିନ ଥିବା ବେଳେ ୪ ଦଫା ଦାବି ନେଇ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏସିଏଫ୍ ଓ ଓ୍ବାସିଏଫ୍ ଉଚ୍ଛେଦ, ୨୦୧୮ର ଇନ୍ପୁଟ ସବ୍ସିଡି ପ୍ରଦାନ, ଉତ୍ପାଦିତ ଶସ୍ୟ ଓ ପନିପରିବାର ବଜାର ସୁବିଧା ଆଦି ଦାବିରେ ଚାଷୀମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଚାଷୀନେତା ବିନୋଦ ବିହାରୀଙ୍କ ଅଧ୍ୟକ୍ଷତାରେ ପଞ୍ଚାନନ ଦଳପତି, ସଦାନନ୍ଦ ପୂଜାରୀ, ଶଙ୍କର୍ଷଣ ପଧାନ, ଯଦୁମଣି ପଟେଲ, ଚନ୍ଦ୍ରଗୁପ୍ତ ନାଏକଙ୍କ ସମେତ ଶତାଧିକ ଚାଷୀ ଏହି ଧାରଣାରେ ସାମିଲ ହୋଇଛନ୍ତି।