ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର: ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୭।୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି। ଏ ନେଇ ବର୍ତ୍ତମାନର ପୋଷ୍ଟମାଷ୍ଟର ଲିଙ୍ଗରାଜ ପାତ୍ରଙ୍କୁ ପଚାରିବାରୁ ପୂର୍ବରୁ ଥିବା ପୋଷ୍ଟମାଷ୍ଟରମାନେ କାହିଁକି ଏହା ଖୋଲିପାରିନାହାନ୍ତି, ତାହା ଆମେ ମଧ୍ୟ ଜାଣିପାରୁନାହୁଁ। ସୂଚନା ଅନୁସାରେ, ଏହି ଉପଡାକଘରେ ଗତ ନଭେମ୍ବର ୨୦୧୮ ମସିହାରୁ ନୂତନ ପାସ୍‌ବୁକ୍‌ ଖୋଲିବା ପାଇଁ ଗ୍ରାହକମାନେ ଆବେଦନ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ତାହା ପଡ଼ିରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଲିଙ୍କ୍‌ ଫେଲ୍‌ ଏହାର ପ୍ରମୁଖ କାରଣ ସାଜିଥିବା ଜଣାଯାଇଛି। କର୍ମଚାରୀ ଅଭାବ ଥିଲେ ମଧ୍ୟ ଅନେକ ସମୟରେ କର୍ମଚାରୀମାନଙ୍କୁ ଡେପୁଟେଶନରେ ପଠାଯାଉଥିବା ଅନ୍ୟ ଏକ କାରଣ ହୋଇଛି। ଫଳରେ ଗ୍ରାହକମାନେ ଏଠାକୁ ବହୁ ସମୟରେ ଆସି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି। ସମସ୍ୟାରେ ଥିବା ଏହି ଡାକଘରେ ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ୩ରୁ ୪ ଜଣ ପୋଷ୍ଟ ପିଅନ କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଚମ୍ପୁଆ ଏନ୍‌ଏସିରେ ଜଣେ ମାତ୍ର ପିଅନ କାର୍ଯ୍ୟ କରୁଛନ୍ତି। ତତ୍କାଳୀନ ସବ୍‌ଇନ୍ସପେକ୍ଟର ଏହି ସଂଖ୍ୟା କମାଇଥିଲେ। ଫଳରେ ସାଧାରଣ ଡାକ ସମେତ ରେଜିଷ୍ଟ୍ରି, ସ୍ପିଡ୍‌ ପୋଷ୍ଟ ଆଦି ପ୍ରମୁଖ କାର୍ଯ୍ୟ ଠିକ୍‌ ସମୟରେ ଗ୍ରାହକ ପାଖରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଉପଡାକଘର କାର୍ଯ୍ୟ ପାଇଁ ବିଏସ୍‌ଏନ୍‌ଏଲ ଓ ସିଫି ପକ୍ଷରୁ ନେଟ୍‌ୱର୍କ ଦିଆଯାଉଥିଲା। ମାତ୍ର ବର୍ଷେ ହେବ ବିଏସ୍‌ଏନ୍‌ଏଲ ମୋଡେମ ପୋଡ଼ିଯାଇଥିଲେ ମଧ୍ୟ ତାହା ଠିକ୍‌ କରାଯାଇ ପାରିନାହିଁ। କେବଳ ସିଫି ନେଟ୍‌ୱର୍କ ମାଧ୍ୟମରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଅନେକ ସମୟରେ ଫେଲ୍‌ ରହୁଥିବା ଯୋଗୁ ଡାକଘର ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛି। ନୂତନ ମୋଡେମ ପ୍ରଦାନ କରି ଓ ପୋଷ୍ଟ ପିଅନ ସଂଖ୍ୟା ବୃଦ୍ଧି କରିବାକୁ ଗ୍ରାହକମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri