ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଯୋଗୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ କହି ଆସୁଛନ୍ତି। ସେମାନଙ୍କ ମତକୁ ରିଜର୍ଭ ବ୍ୟାଙ୍କ ବିଳମ୍ବରେ ହେଲେ ମଧ୍ୟ ସମର୍ଥନ କରିଛି।
କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ମୁତାବକ, ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ ଲାଗି ଋଣ ପ୍ରଦାନ ନିମ୍ନଗାମୀ ହେବା ସହ ନିରନ୍ତର ହ୍ରାସ ପାଇ ଚାଲିଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ପକ୍ଷରୁ କଞ୍ଜ୍ୟୁମର ଗୁଡ୍‌ସ ବାବଦକୁ ରେକର୍ଡ ୨୦,୭୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଗତ ୬ ବର୍ଷ ଧରି ଏଥିରେ ଲଗାତାର ଅଭିବୃଦ୍ଧି ରହିଥିଲା। ମାତ୍ର ବିମୁଦ୍ରୀକରଣ ପରେ ଏହା ପ୍ରାୟ ୭୩% ହ୍ରାସ ଘଟି ବର୍ତ୍ତମାନ ୫,୬୨୩ କୋଟିକୁ ଖସି ଆସିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୫.୨% ଏବଂ ୨୦୧୮-୧୯ରେ ଏହା ୬୮% ଖସିଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ଷେତ୍ରକୁ ଋଣରେ ୧୦.୭% ହ୍ରାସ ଘଟିଛି।
ସେହିଭଳି ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକର କାରବାର ବିମୁଦ୍ରୀକରଣ ପରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି, ମାନ୍ଦାବସ୍ଥା ଲୋକଙ୍କ ଆୟ ସହ ସାମଞ୍ଜସ୍ୟ ରଖିଛି। ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ କ୍ଷେତ୍ରକୁ ଋଣରେ ହ୍ରାସ , ନଗଦ ଅଭାବ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକ ସମସ୍ୟା ଭୋଗିବାରୁ ବନ୍ଦ ହେବା, କର୍ମଚାରୀଙ୍କ ମଧ୍ୟରେ ଅର୍ଥାଭାବ, କମ୍ପାନୀଗୁଡିକର ଷ୍ଟକ ନ ଶେଷ ହେବା, ଲୋକଙ୍କ ଆୟ ହ୍ରାସ, ବେକାରି ହାର ବୃଦ୍ଧି ମାନ୍ଦାବସ୍ଥାକୁ ଡାକି ଆଣିଛି ବୋଲି ରାଓ କହିଛନ୍ତି। ଏପରି ସ୍ଥିତିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ସରକାର କୌଣସି ସର୍ଭେ କରାଇ ନାହାନ୍ତି। ଏଣୁ ପ୍ରକୃତ ସ୍ଥିତି କିଭଳି ରହିଛି ତାର ଡାଟା ଜଣା ପଡୁ ନାହିଁ। ଏହାବାଦ ଶିଳ୍ପ କ୍ଷେତ୍ରକୁ ଋଣ ପରିମାଣ ବର୍ତ୍ତମାନ ସୁଦ୍ଧା ୩% ହ୍ରାସ ଘଟିଛି। ଏହା ସେବା କ୍ଷେତ୍ରରେ ୪.୩% ରହିଛି। ସେହିଭଳି ଜାହାଜ ଚଳାଚଳ କ୍ଷେତ୍ରରେ ଏହା ସର୍ବନିମ୍ନ ୨୪.୧% କମିଛି। ଏହାବାଦ ହାଉସିଂ ଋଣ ୩.୪% ବଢିବାରୁ ମୋଟ ହାଉସହୋଲ୍ଡ ଋଣ ପରିମାଣ ୨.୫% ବଢିଥିବା ଆର୍‌ବିଆଇ ଡାଟାରୁ ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ ଆଣ୍ଡ ପି ଗ୍ଲୋବାଲ ସିଏସ୍‌ଏରେ ବେଦାନ୍ତ ଦ୍ୱିତୀୟ

ନୂଆଦିଲ୍ଲୀ,୪।୧: ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍‌ ଆଣ୍ଡ...

ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ଦେବେ କ୍ରେଡିଟ୍‌ ରେକର୍ଡ

ଭୁବନେଶ୍ୱର,୪ା୧( ଅନୁରାଧା ମହାରଣା): ବିଭିନ୍ନ ବ୍ୟାଙ୍କରୁ ରଣ ଆଣୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍‌ ରେକର୍ଡ ଏଣିକି ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ତଥ୍ୟ ଦେବେ। କ୍ରେଡିଟ୍‌ ରିସ୍କ...

ଆଇସିଆଇସିଆଇ ପ୍ରୁ ୱିଶ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୧: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ୱିଶ୍‌’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଉତ୍ପାଦକୁ ମହିଳାମାନଙ୍କ...

ଡ. ତାପସ ନାଲ୍‌କୋର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର,୪।୧ (ଅଭୟ ଦାଶ): କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ...

ଶେଷ କାର୍ଯ୍ୟଦିବସରେ ନିବେଶକ ନିରାଶ

ମୁମ୍ବାଇ,୪।୧: କ୍ରମାଗତ ଭାବେ ଘରୋଇ ଶେୟାର ବଜାରର ନିବେଶକମାନେ ନିରାଶ ହେଉଛନ୍ତି। ଏପରିକି ବର୍ଷ ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ

ନୂଆଦିଲ୍ଲୀ,୩।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ଯୋଜନା ‘ଏମ୍ପ୍ଲଇ ଷ୍ଟକ୍‌ ଅପନ୍ସସ (ଇଏସ୍‌ଓପି)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ଏପରିକି...

ନିବେଶକ ଯୋଡ଼ିଲେ ଲକ୍ଷାଧିକ ଟଙ୍କାର ନିବେଶ

ମୁମ୍ବାଇ,୩।୧ (ଅଭୟ ଦାଶ): ନୂଆବର୍ଷ ଆରମ୍ଭରୁ ଶେୟାର ବଜାରର ନିବେଶକମାନେ ଉତ୍ସାହିତ ଅଛନ୍ତି। ଏପରିକି ବର୍ଷ ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri