ମୋହାଲି,୬।୩: ସ୍ଥାନୀୟ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାତରୀୟ ଦଳ ଏକ ଇନିଂସ ଓ ୨୨୨ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଟିମ୍ ଇଣ୍ଡିଆ ଏହି ବଡ଼ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ୧୭୫ ରନ୍ର ଅପରାଜିତ ପାଳି ଖେଳିଥିବା ଜାଡେଜା ଉଭୟ ଇନିଂସରେ ମୋଟ ୯ ଉଇକେଟ ନେଇଥିଲେ। ସେହିଭଳି ୬୧ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଅଶ୍ୱିନ ମ୍ୟାଚ୍ରେ ମୋଟ ୬ ଉଇକେଟ ନେଇଥିଲେ। ଏହି ଅବସରରେ ସେ କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ପଛରେ ପକାଇଛନ୍ତି। ଏହି ବିଜୟ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଟିମ୍ ଇଣ୍ଡିଆ ୧-୦ରେ ଅଗ୍ରଣୀ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫୪୭/୮ରେ ପାଳି ଘୋଷଣା କରିଥିଲା। ଏହାପରେ ପ୍ରଥମ ଇନିଂସରେ ୧୭୪ ରନ୍ର ଅଲଆଉଟ୍ ହୋଇ ଫଲୋଅନ୍ ଭୋଗିଥିଲା ଶ୍ରୀଲଙ୍କା। ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ୧୭୮ ରନ୍ରେ ସୀମିତ ରହିଥିଲା।