ନୂଆଦିଲ୍ଲୀ,୧୧।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା (ବିରୁଷ୍କା) ବୁଧବାର ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ପତ୍ନୀ ଅନୁଷ୍କାଙ୍କ ଏକ ଫଟୋ ଶେୟାର କରି କୋହଲି କ୍ୟାପଶନରେ ଲେଖିଛନ୍ତି, ଆମ ଭିତରେ କେବଳ ଭଲ ପାଇବା ହିଁ ଅଛି। ଆଉ କିଛି ନାହିଁ। ସେହିଭଳି ଅନୁଷ୍କା ମଧ୍ୟ ବିବାହ ବେଳର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଦୁହେଁ ୨୦୧୭ ଆଜିର ଦିନରେ ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ ଇଟାଲିରେ ବିବାହ କରିଥିଲେ।