Posted inଜାତୀୟ

ଛାତ୍ରଙ୍କ ଧମକ: ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦିଆ ନ ହେଲେ ଆତ୍ମହତ୍ୟା କରିବି

ହାଇଦ୍ରାବାଦ,୧।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ରବିବାର ତେଲେଙ୍ଗାନାର ଖମ୍ମମରେ ଜଣେ ଗ୍ରାଜୁଏଟ୍‌ ଛାତ୍ର ବିଲ୍ଡଂ ଉପରେ ଚଢି କହିଛନ୍ତି, ହାଇଦ୍ରାବାଦ୍‌ ବଳାତ୍କାର କେସ୍‌ରେ ଦୋଷୀଙ୍କୁ ଫାଶୀ ଦିଅ ନ ହେଲେ ଆତ୍ମହତ୍ୟା କରିବି। ଛାତ୍ର ଜଣକ ଏଭଳି ଧମକ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ପରେ ତାଙ୍କୁ ବିଲ୍ଡିଂ ଉପରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦେଖିବା ପାଇଁ ବିଲ୍ଡିଂ ତଳେ ପ୍ରବଳ ଭିଡ ଜମିଥିଲା। ଗଣବଳାତ୍କାର ପରେ ହତ୍ୟା ମାମଲାରେ ମହିଳାଙ୍କୁ ନ୍ୟାୟ ଦାବିରେ ତେଲେଙ୍ଗାନା ସମେତ ଦେଶର ଏକାଧିକ ସ୍ଥାନରେ ନ୍ୟାୟ ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ରଙ୍ଗାରେଡ୍ଡୀ ଜିଲାର ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ଗଣବଳାତ୍କାର କରିବା ପରେ ତାଙ୍କୁ ପୋଡି ହତ୍ୟା କରିଥିଲେ। ପୋଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ...

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି...

ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍‌ କିଏ? ଜାନୁଆରୀ ୧୪ରେ ନେବେ ଏସ୍‌ ସୋମନାଥଙ୍କ ସ୍ଥାନ 

ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍‌। ସେ ଅଧ୍ୟକ୍ଷ ଭାବେ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର...

ଚାଇନାକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, DRI ର ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧: ଚାଇନାକୁ ଚୋରା ଚାଲାଣ ହେଉଛି ଭାରତୀୟଙ୍କ କେଶ। ଏନେଇ ଖୁଲାସା କରିଛି ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ତିରୁପତି ବାଲାଜୀ ସମେତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି

ହାଇଦ୍ରାବାଦ,୮।୧: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି...

ଆତଙ୍କ ଖେଳାଇଲା HMPV, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ବ୍ୟାପିଲା

ନୂଆଦିଲ୍ଲୀ,୮।୧: ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ...

ଗଡକରୀଙ୍କ ବଡ଼ ଘୋଷଣା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୮।୧: ଦେଶର ସମସ୍ତ ନାଗରିକ ବହୁତ ଶୀଘ୍ର ମାଗଣା ସ୍ବାସ୍ଥ୍ୟ ବୀମା ଭେଟି ପାଇବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri