Posted inଖେଳ

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୪.୫ ଓଭରରେ ୫ ଉଇକେଟ ହରାଇ ୨୪୧ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ ୮୯, ଶନ ମାର୍ଶ ୩୪, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩୬, ମାର୍କସ ଷ୍ଟୋଇନିସ୍‌ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କାର ଜେଫ୍ରେ ଭାନଡରସେ ଦୁଇଟି ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଲାହିରୁ ଥିରିମାନେ ସର୍ବାଧିକ ୫୬, ଧନଞ୍ଜୟ ଡିସିଲଭା ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦୁଇଟି ଉଇକେଟ ନେଇଥିଲେ।
ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭରୁ ହଜରତ୍‌ଉଲ୍ଲା ଜାଜାଇ (୧୧) ଓ ଉଇକେଟ୍‌କିପର ରହମତ୍‌ ଶାହ (୩)ଙ୍କ ଉଇକେଟ୍‌ ହରାଇଥିଲା। ନବାଗତ ଜୋଫ୍ରା ଆର୍ଚର ଏହି ୨ଟି ଉଇକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଫଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ଅଭିଜ୍ଞ ମହମ୍ମଦ ନବି ୪୪, ନୁର୍‌ ଅଲି ଜର୍ଡାନ ୩୦, ଦଓ୍ବଲତ ଜର୍ଡାନ ୨୦*, ଅଧିନାୟକ ଗୁଲାବଦିନ ନାଇବ ୧୪ ରନ କରିଥିଲେ। ଆର୍ଚର ଓ ପାର୍ଟଟାଇମ ବୋଲର ଜୋ ରୁଟ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ଦ୍ରୁତ ବ୍ୟାଟିଂ କରି ୧୭.୩ ଓଭରରେ ଜନି ବେୟାରଷ୍ଟୋ (୩୯ ରନ)ଙ୍କ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ହାସଲ କରିନେଇଥିଲା। ଓପନର୍‌ ଜାସନ ରଏ ୮୯ (୪୬ ବଲ, ୧୧ ଚୌକା, ୪ ଛକା) ଓ ରୁଟ୍‌ ୨୯ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୧୯ ରନ୍‌

ସେଞ୍ଚୁରିଅନ୍‌,୧୨ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ତିଳକ ବର୍ମା। ତାଙ୍କ ଶତକ ବଳରେ ଭାରତ ପ୍ରଥମେ...

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ...

ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା...

କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ

ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି।...

ଆଇପିଏଲ୍‌ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର...

‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’

ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ...

ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ… 

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଚର୍ଚ୍ଚାରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ। ରଣଜୀରେ ସେ ନିଜର ଦମ୍‌ ଦେଖାଇ ରେକର୍ଡ...

‘ରାଜଧାନୀ ଏକ୍ସପ୍ରେସ୍‌’ଠାରୁ ବି ଫାଷ୍ଟ୍‌ ଏହି ବୋଲର୍‌ଙ୍କ ସ୍ପିଡ୍‌: ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ

ନୂଆଦିଲ୍ଲୀ,୧୩।୧୧: ନଭେମ୍ବର ୧୧ରେ କ୍ରିକେଟରେ ଏକ ସ୍ବତନ୍ତ୍ର ରେକର୍ଡ ହୋଇଛି। ୨୨ ବର୍ଷ ବୟସ୍କ ନାହିଦ ରାଣା ବାଂଲାଦେଶୀ କ୍ରିକେଟର ନିଜ ଦେଶ ପାଇଁ ସବୁଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri