ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ କ୍ଷୁଦ୍ରରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାର ବିଶିଷ୍ଟ ଅବିକଳ ନନ୍ଦିଘୋଷ ଆକୃତିର ଏହି ରଥ ନ୍ୟାଶନାଲ ରେକର୍ଡ ସେକ୍ଟରରେ ସ୍ଥାନିତ ହୋଇଛି । ଏହାକୁ ଗିନିଜ୍‌ ବୁକ ଅଫ ରେକର୍ଡ ସ୍ବତନ୍ତ୍ର ମାନ୍ୟତା ଦେବ ବୋଲି ସତ୍ୟ ପ୍ରକାଶ କରିଛନ୍ତି । ଏହି ରଥରେ ୧୬ଟି ଚକ, ୪ଟି ଘୋଡା, ଦୁଇଟି ଓଲଟ ଶୁଆ, ଦଧିନଉତି, ପତିତପାବନ ବାନା ଖଞ୍ଜା ଯାଇଛି । ରଥରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିର ଉଚ୍ଚତା ମାତ୍ର ୧ ସେ.ମି. ରହିଥିବା ବେଳେ ସାରଥିଙ୍କ ଉଚ୍ଚତା ୧.୫ ସେ.ମି.  ରହିଛି । ରଥର ଓଜନ ମାତ୍ର ୮ ଗ୍ରାମ । ୪ ଦିନ ମଧ୍ୟରେ ସତ୍ୟ ଏହାକୁ ନିର୍ମାଣ କରିଥିବା କହିଛନ୍ତି।
ଶ୍ରୀଗୁଣ୍ଡିଚା ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ମହିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ ଏକ ନିଆରା ପ୍ରୟାସ କରି ଆସୁଛନ୍ତି ସୋରଡ଼ାରେ ଜନ୍ମିତ ସତ୍ୟ ମହାରଣା। ୨୦୧୬ ରଥଯାତ୍ରା ସମୟରେ ସତ୍ୟ ପ୍ରଥମେ କାଠରେ ୧୪ ଇଞ୍ଚ ଉଚ୍ଚତା ଓ ୯ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ, ୧୩.୫ ଇଞ୍ଚ ଉଚ୍ଚତା ଓ ୮.୫ ଇଞ୍ଚ ଓସାର ବିଶିଷ୍ଟ ତାଳଧ୍ୱଜ, ୧୨.୫ ଇଞ୍ଚ ଉଚ୍ଚତା ଓ ୬ ଇଞ୍ଚ ଓସାର ବିଶିଷ୍ଟ ଦର୍ପଦଳନ ଆକୃତିର ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିଲେ । ୨୦୧୭ରେ ୮.୫ ଇଞ୍ଚ ଉଚ୍ଚତା ଓ ୫ ଇଞ୍ଚ ଓସାର ବିଶିଷ୍ଟ ନନ୍ଦିଘୋଷ ନିର୍ମାଣ କରି ଗ୍ଲୋବାଲ ବୁକ ଅଫ ରେକର୍ଡ, ୱାର୍ଲଡ ରେକର୍ଡ ସେକ୍ଟରରେ ରହିଥିଲେ। ୨୦୧୮ରେ ୪.୫ ଇଞ୍ଚ ଉଚ୍ଚତା ଓ ୩ ଇଞ୍ଚ ଓସାରର ରଥ ନିର୍ମାଣ କରି ଏସିଆ ପାସିଫିକ ରେକର୍ଡ, ଗ୍ଲୋବାଲ ବୁକ ଅଫ ରେକର୍ଡ, ନ୍ୟାଶନାଲ ରେକର୍ଡରେ, ୱାର୍ଲଡ ରେକର୍ଡ ଇଣ୍ଡିଆରେ ସ୍ଥାନିତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁରସ୍ଥିତ ଜୁଭେନାଇଲ...

‘ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଜରୁରୀ’

ପୁରୁଷୋତ୍ତମପୁର,୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟେଇଙ୍କ ସଂଯୋଜନାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ...

ଜାରି ରହିବ ପରିବେଶ ସୁରକ୍ଷା ଅଭିଯାନ

ବ୍ରହ୍ମପୁର,୬ା୧(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତ ବନ୍ଥପଲ୍ଲୀ ଗ୍ରାମରେ ଜାତୀୟ ପକ୍ଷୀ ଦିବସ ଅବସରରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ରବିବାର...

ଡାୟାଲିସିସ୍‌ ସେବାର ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଛତ୍ରପୁର,୫ା୧(ଦିଲୀପ ସାମଲ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଟି ଶଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ ସେବାର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ...

ଜେଜେ ମା’, ନାତୁଣୀଙ୍କୁ ଅପହରଣ କରି ସୁନା, ରୁପା ଲୁଟି ନେଲେ ଅଟୋ ଚାଳକ

ପୁରୁଷୋତ୍ତମପୁର,୫।୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରୁ ରବିବାର ଏକ ଅଭାବନୀୟ ଘଟଣା ଶନିବାର ସାମ୍‌ନାକୁ ଆସିଛି। ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ...

‘ଭାଇଚାରା ସହ ସମାଜରେ ସମସ୍ତେ ମିଳିମିଶି ରହିବାକୁ ଆହ୍ବାନ’

ପୁରୁଷୋତ୍ତମପୁର,୫ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଗଞ୍ଜାମ ଜିଲା ବିଶ୍ବକର୍ମା ସମାଜର ବାର୍ଷିକ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି।  ପୂର୍ବଖଣ୍ଡମୁଠା...

ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୪ା୧(ଦିଲ୍ଲୀପ ସାମଲ): ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକଙ୍କ ବିରୋଧରେ ହୋଇଥିବା ଆକ୍ରୋଶମୂଳକ ମିଥ୍ୟା ବିଭାଗୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri