Posted inଫୁରସତ

ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ପାଳିଲେ ୮୦ତମ ବିବାହ ବାର୍ଷିକୀ

ଟେକ୍ସାସ,୧୮।୧୨: ଆମେରିକାର ଟେକ୍ସାସ ସହରରେ ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ନିଜର ୮୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଲଙ୍ଗହର୍ନ ସହରରେ ରହୁଥିବା ୧୦୬ ବର୍ଷୀୟ ଜନ୍‌ ହେଣ୍ଡର୍ସନ ଏବଂ ତାଙ୍କ ସ୍ତ୍ରୀ ୧୦୫ ବର୍ଷୀୟା ଶେର୍ଲୋଟ ନିଜ ବିବାହ ବାର୍ଷିକୀ ବେଶ୍‌ ନିରାଡମ୍ବରେ ସେଲିବ୍ରେଟ୍‌ କରିଛନ୍ତି। ୧୯୩୪ରେ ଟେକ୍ସାସ ୟୁନିଭରସିଟିରୁ ଜନ୍‌ ହେଣ୍ଡର୍ସନ ଏବଂ ଶେର୍ଲୋଟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୧୯୩୯ରେ ଉଭୟ ବିବାହ କରିଥିଲେ। ଏହାର କିଛି ମାସ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ଜନ୍‌ ହେଣ୍ଡର୍ସନ ଜଣେ ପୁଟବଲ୍‌ ଖେଳାଳି ଥିଲେ। ୧୦୬ ବର୍ଷରେ ମଧ୍ୟ ସେ ଏବେ ବି ଫୁଟବଲ୍‌ ଖେଳୁଛନ୍ତି। ଜନ୍‌ ଏବଂ ଶେର୍ଲୋଟଙ୍କ ମଧ୍ୟରେ କେବେ ଝଗଡା ହୁଏ ନାହିଁ, ସେମାନେ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା, ପଢ଼ିବା...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଆଇସ୍‌କ୍ରିମ୍‌ ବିରିୟାନି

ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ...

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ...

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା...

୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?

ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri