ବିଶ୍ୱ ସଙ୍ଗୀତ ଦିବସ : ହକ୍‌ ପାଇପାରୁନି ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟତାର ସମସ୍ତ ଗୁଣ ଥାଇ ବି ପାଉନି ମାନ୍ୟତା

ଭୁବନେଶ୍ୱର,୨୧।୬ : ଶାସ୍ତ୍ରୀୟତାର ସମସ୍ତ ଗୁଣ ଓ ଉପାଦାନ ଓଡ଼ିଶୀ ସଙ୍ଗୀତ ପାଖରେ ରହିଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ମୂଳଗୁଣ ଏହାର ପରମ୍ପରା, ନିର୍ଦ୍ଦିଷ୍ଟ ଶାସ୍ତ୍ର, ନିଜସ୍ବ ରାଗ ଓ ତାଳକୁ ନେଇ ସ୍ବତନ୍ତ୍ର ବ୍ୟାକରଣ ଓଡ଼ିଶୀ ସଙ୍ଗୀତର ରହିଛି। ମନ୍ଦିର କଳାକୃତିରୁ ମଧ୍ୟ ଏହାର ପ୍ରାଚୀନତାର ଅନେକ ପ୍ରମାଣ ମିଳିସାରିଛି। ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ସ୍ବତନ୍ତ୍ର ରାଗ, ତାଳ ସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ଏହାସତ୍ତ୍ୱେ ଆଜି ଯାଏ ଓଡ଼ିଶୀ ସଙ୍ଗୀତ ପାଇପାରୁନି ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା। ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷାକୁ ଇତିମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ପ୍ରାଚୀନତାର ପ୍ରମାଣପତ୍ର ଏକାଠି କରିବାରେ ରାଜ୍ୟ ସରକାର ବାରମ୍ବାର ବିଫଳ ହେଉଥିବାରୁ ଭାରତବର୍ଷର ଏହି ପୁରାତନ ସଙ୍ଗୀତ ଏହାର ହକ୍‌ ପାଇବାରୁ ବଞ୍ଚିତ ହୋଇଛି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ରାଜ୍ୟ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଥିଲେ ମଧ୍ୟ ତାହା ଅଧାବାଟରେ ଅଟକି ଯାଇଛି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ଗତ ୬ବର୍ଷ ହେବ ଯୋଜନା ହୋଇଥିଲେ ବି ତାହା ଆଗେଇ ପାରୁନାହିଁ। ୨୦୧୪ ମସିହାରୁ ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶାସ୍ତ୍ରୀୟ ମାନ୍ୟତା ଫାଇଲ ଏବେ ନାଲିଫିତା ତଳେ ପଡ଼ିରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ଗଠିତ କମିଟି ଏବେ ଅକାମୀ ହୋଇଯାଇଛି। ଫଳରେ ଦେଶର ଅନ୍ୟାନ୍ୟ ପ୍ରମୁଖ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀକୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଓଡ଼ିଶୀ ସଙ୍ଗୀତର ପ୍ରାଚୀନତାର ପ୍ରମାଣ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଅସୁବିଧା ନାହିଁ ବୋଲି ଗବେଷକମାନେ ବିଭିନ୍ନ ସମୟରେ ମତ ଦେଇଛନ୍ତି। ହେଲେ ଏହି ପ୍ରାଚୀନତା ପ୍ରମାଣପତ୍ରକୁ ଏକାଠି କରିବାରେ ବାରମ୍ବାର ବିଫଳ ହେଉଛନ୍ତି ରାଜ୍ୟ ସରକାର। ଶାସ୍ତ୍ରୀୟ ମାନ୍ୟତା ଲାଗି ପୂର୍ବରୁ ପ୍ରତିଷ୍ଠିତ ରାଗ, ରାଗିଣୀର ପୁନରୁଦ୍ଧାର କରାଯିବା ନିତାନ୍ତ ଜରୁରୀ ହୋଇଥିବା ବେଳେ ତାହାର ପୁନରୁଦ୍ଧାର ଦିଗରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏହାମଧ୍ୟରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀ ସଙ୍ଗୀତ କିନ୍ତୁ ଯେଉଁଠି ସେଇଠି ରହିଯାଇଛି।
କେବଳ ଏତିକି ନୁହେଁ, ଓଡ଼ିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡ଼ା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଙ୍ଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡ଼ିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଟ୍ୟ ଆଦି ଉପରେ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାର ସଙ୍ଗୀତଜ୍ଞ, ଗବେଷକମାନଙ୍କୁ କହିଥିଲେ ମଧ୍ୟ ତାହା ହୋଇପାରିନାହିଁ। ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ କରି ପଠାଯାଉଥିବାରୁ ଏବଂ ରିପୋର୍ଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଗୁରୁତ୍ୱର ସହ ନେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ନେଇ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌...

ଆମ କାର୍ଯ୍ୟଶୈଳୀ ବିରୋଧୀଙ୍କୁ ତୃଣମୂଳ ସ୍ତରକୁ ଯିବାକୁ ବାଧ୍ୟ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧: ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ”ଦିନେ ଯେଉଁମାନେ ସାଧାରଣ ଲୋକଙ୍କୁ...

ଗଣତନ୍ତ୍ର ଦିବସ ୨୦୨୫ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କେଉଁଠି ରହିଲା ଭୁଲ୍

ଭୁବନେଶ୍ୱର,୨।୧: ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା...

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨ା୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଏଥିରେ ଲେଖାଅଛି ଏମିତି…

ଭୁବନେଶ୍ୱର,୨ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା...

ରାଜ୍ୟ ଭିଜିଲାନ୍ସରେ ୮ ଏଏସ୍‌ପି, ୨୪ ଡିଏସ୍‌ପି,୧୬ ଏସ୍‌ଆଇ ପଦବୀ ହେବ ସୃଷ୍ଟି

ଭୁବନେଶ୍ୱର,୨ା୧(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛନ୍ତି। ବିଶେଷକରି ଉଚ୍ଚସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।...

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର,୨ା୧:  ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ଭତ୍ତା ରାଶି, ଏଣିକି ପାଇବେ…

ଭୁବନେଶ୍ୱର,୨।୧: ସ୍ବାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri