ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡିଛି। ପ୍ରବଳ ଗରମକୁ ଆଖିରେ ରଖି ବିାହାର ସରକାର ଜୁନ ୨୨ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଳେଜ ଛୁଟି ଘୋଷଣା କରିଛନ୍ତି। ସେହିପରି ଅଂଶୁଘାତରେ ଅଧିକ ପ୍ରଭାବିତ ଗୟା ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜିଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।