ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ ମିଲୁଛେ। ଏହେଦେ ଆମେ ଗୁଟେ ପରକାର ପ୍ଲାଷ୍ଟିକ୍‌ ଯୁଗରେ ଅଛୁଁ କହେଲେ କିଛି କମ୍‌ ନାଇଁହୁଏ। ପ୍ଲାଷ୍ଟିକ୍‌ ଜିନିଷମାନ ହଲ୍‌କା, ସସ୍‌ତା ଆର ଜହଦିନ୍‌ ବଏତର ଯିବାର ଲାଗି ଲୋକ୍‌ ଇତାର ବଡ଼ଭାରି ବେଭାର କରୁଛନ୍‌। ଇଥିରଲାଗି କୁମ୍ଭାରମାନକର କଉଲିକ୍‌ ବୁରତି ଉପରେ ମାଡ଼ ପଡ଼ୁଛେ। ବିହା ବରୁ ଆର କେତେ ପୂଜାପାଠ୍‌କେ ଛାଡ଼ିଦେଲେ କୁମ୍ଭାରମାନକର ମାଏଟ୍‌ ତିଆରି ଜିନିଷ୍‌ର ବେଭାର ଦେଖ୍‌ବାକେ ନାଇଁ ମିଲବାର। ଏନ୍‌ତାଥି ନୂଆପଡ଼ା ଜିଲାର କୁମ୍ଭାର ସମାଜର ଅନେକ ପରିବାର ଟେରାକୋଟା ସାମାନ ତିଆର କରି ବିକାଭଂଗା କରି ଦୁଇପଏସା କମଉଥିଲେ। ହେଲେ ବଜାର ବେବସ୍‌ତା ଅଭାବୁ କାରିଗରମାନେ ସାମନ ତିଆରି କରି ଘରେ ପକେଇ ରଖୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖଡ଼ିଆଳ ସହରଠାନୁ ୫ କି.ମି. ଦୂରେ ଥିବାର ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଗଁାରେ।

ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଦୁଇଟା ଗଁାରେ ୬୦ରୁ ଅଧ୍‌କା କୁମ୍ଭାର ପରିବାର ବାସ କରୁଛନ୍‌। ଇମାନେ ବାପ୍‌ ଅଜା ଅମଲୁ ଭିନେ ଭିନେ କିସମର ମାଟି ସାମନ ତିଆରି ବିକାଭଂଗା କରି କୁଟୁମ ପୁଷିଆସୁଛନ୍‌। ଇ ପରିବାରମାନକର ଜମିବାଡ଼ି ବଲି ହେନ୍‌ତା କିଛି ନାଇଁଥିଲାବେଲେ ବଡ଼ଭାଗି ଦରିଦିରିଆ ସୀମାରେଖା ତଲେ ରହିଛନ୍‌। କାରିଗର ପରିବାରର ସଦସିଅମାନେ ଦିନକେ ରାଏତ୍‌ ମାଏଟ୍‌ ସାମନ୍‌ ତିଆରିବାରେ ଲାଗି ରହୁଛନ୍‌। ଇମାନେ ଲୋକ୍‌ ବେଭାର କଲା ଜିନିଷ ଭିତରେ ମଠିଆ, ସୁରେଇ, ହଁାଡ଼ି, ପାତଲି, ଗଣେଶ ମୂରତି, ଘୁଡ଼ା, ଦୀପ, ରୁଖା ଲେଖେଁ ଜିନିଷ ତିଆର କରୁଥିଲାବେଲେ ଘର ଛାଏଁବାର ଲାଗି ଖପର ବି ତିଆରି କରୁଛନ୍‌। ହେଲେ ଦିନୁଦିନ୍‌କେ ପ୍ଲାଷ୍ଟିକ୍‌ ସାମାନର ଆଦର ବଢ଼ବାର ଲାଗି କୁମ୍ଭାରମାନକର ବୁରତି  ଉପରେ ମାଡ଼ ପଡ଼ୁଛେ। ଦିନୁ ଦିନ୍‌କେ ସାମାନ ତିଆରି ଲାଗି ଭଲ ମାଟି ନାଇଁ ମିଲୁଥିଲାବେଲେ ପରିଶ୍ରମ ହିସାବେ ଜିନିଷର ଦାମ୍‌ ନାଇଁ ମିଲବାର ବଲି କେତେ କାରିଗର କହିଛନ୍‌। ମାଟି ତିଆରି ଟେରାକୋଟା ସାମାନ ବିକ୍‌ବାର ଲାଗି ରାଏଜର ଭିନେ ଭିନେ ଜାଗାରେ ହେଉଥିବାର କାଯ୍‌କରମ, ଜାନିଯାତ୍‌ରାରୁ ଡକରା ଆସୁଛେ। ହେଲେ ଇ ଗରିବ୍‌ ପରିବାରମାନେ ନିଜର ସାମାନ୍‌ ସେଠାନ୍‌କେ ନେବାର ଲାଗି ସମରଥ୍‌ ନୁହଁନ୍‌। ସେଥିରଲାଗି ମିଲୁଥିବାର ସରକାରୀ ପୋରଛାହନ୍‌ ଟଁକା କେନ୍‌ କନେ ହଜିଯାଉଛେ। ଆମର କଉଲିକ୍‌ ବୁରତି ଉପରେ ସରକାର ଦୁରୁଷ୍‌ଟି ନାଇଁ ଦେଲେ ଇଟା ଦିନୁ ଦିନ୍‌କେ ବୁଡ଼ିଯିବା ବଲି କାରିଗର ରୋହିତ ରଣା କହିଛନ୍‌। ଏନ୍‌ଥେଇ କେନ୍ଦ୍ର ଆର ରାଏଜ ସରକାର କୁଟୀର ଶୀଳ୍ପର ବିକାଶ ଲାଗି ଯୋଜନା ଉପରେ ଯୋଜନା କରୁଥିବାର ଡିଂଗରା ପିଟୁଛନ୍‌, ହେଲେ ସେ ସବୁ କାଯ୍‌କାରୀ ନାଇଁ ହେବାର। ଯେନ୍‌ଥିରଲାଗି କାରିଗରମାନକୁ ଏନ୍‌ତା ଥିତିର ସାମନା କରବାକେ ପଡ଼ୁଛେ ବଲି ସ୍ବେଚ୍ଛାସେବୀ ନିଖିଲ ମେହେର କହିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ଆଇପିଓ ଆନନ୍ଦ କୁମାର ବେହେରାକୁଁ ପଚରାଲାରୁ ଭିନେ ଭିନେ ସମିଆରେ ସରକାରକଁର ତରଫୁ ତାଲିମ ତାଲିମ ଦିଆଯାଉଛେ। ଜିନିଷପାତି ବିକ୍‌ରିର ଲାଗି ସୁଯୋଗ ବି ସୁରୁଷ୍‌ଟି କରାଯାଉଛେ। ହେଲେ ଇ ସବୁର ସୁଯୋଗ ନେବାର କଥା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା

ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ...

ହାତୀ ଆକ୍ରମଣରେ ୨ ପାରା ୱାଚର ଗୁରୁତର

ରେଢ଼ାଖୋଲ୨୧।୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ବଡ଼ବାହଲ ରେଞ୍ଜ ରତ୍ନାବଡ଼ମାଲ ଗାଁ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୨ଜଣ ପାରା ୱାଚର ଗୁରୁତର...

ସମ୍ବଲପୁରରେ ପୁଣି ନିଷିଦ୍ଧ କଫ୍‌ସିରପ୍‌ ଜବତ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୨୦ା୧୧: ସମ୍ବଲପୁରରେ ପୁଣି ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ଗତ ୧୭ ତାରିଖରେ ସଦରଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି...

ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ...

ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ...

କରେଣ୍ଟ ଲାଗି ଜଙ୍ଗଲରେ ଚାଲିଗଲା ୩ ହାତୀଙ୍କ ଜୀବନ

ରେଢ଼ାଖୋଲ,୧୮ା୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ଜଙ୍ଗଲରୁ ୩ଟି ହାତୀର ମୃତଦେହ ଜବତ ହୋଇଛି। ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରୁ ୩ଟି ହାତୀ ମଧ୍ୟରେ ୨ଟି ବଡ଼...

୨୮ ବାଇକ୍‌ ଚୋରି କରି ଜଙ୍ଗଲରେ ରଖିଥିଲେ, ଚଢ଼ାଉ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର୧୭ା୧୧(ପ୍ରମୋଦ ବହିଦାର): ଜଙ୍ଗଲ ମଧ୍ୟରେ ୨୮ ଚୋରା ବାଇକ୍‌କୁ ବିକ୍ରି ପାଇଁ ଲୁଚାଇ ରଖିଥିବାବେଳେ ଅଇଁଠାପାଲି ପୋଲିସ ଜବତ କରିଛି। ସମ୍ବଲପୁର ଜିଲା ଯୁଯୁମୁରା ଥାନା...

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri