ବୁଧବାରଠାରୁ ‘ମୋ ସରକାର’: ପ୍ରତିଦିନ ୧୦ ଲୋକଙ୍କଠାରୁ ସରକାରୀ ସେବାକୁ ନେଇ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଏକ ମାସର ପ୍ରସ୍ତୁତି ପରେ ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ସରକାରୀ ସେବାକୁ ନେଇ ଜନତା ଦେବେ ମତ। ଭଲ ସେବା ଦେଲେ ମିଳିବ ପୁରସ୍କାର, ନଚେତ୍‌ ହେବେ ତିରସ୍କାର। ପ୍ରାଥମିକ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଶହୀଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗକାରୀଙ୍କ ସହ ସିଧା ଫୋନ୍‌ରେ କଥାହେବେ। ଥାନାକୁ ଗଲେ କିଭଳି ବ୍ୟବହାର କରାଯାଉଛି, ଅଭିଯୋଗ ଗ୍ରହଣଠାରୁ ଆରମ୍ଭ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଲୋକଙ୍କୁ ପଚାରିବୁଝିବେ। ସେହିଭଳି ହସ୍ପିଟାଲରେ ଚିକିତ୍ସା ସେବାକୁ ଆହୁରି ବ୍ୟାପକ କରିବାକୁ କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ରହିଛି। ଆଡ୍‌ମିଶନଠାରୁ ଡିସ୍‌ଚାର୍ଜ ପର୍ଯ୍ୟନ୍ତ ଟିକିନିଖି ସେବା ସଂକ୍ରାନ୍ତରେ ରୋଗୀଙ୍କଠାରୁ ମଧ୍ୟ ଫିଡ୍‌ବ୍ୟାକ୍‌ ନିଆଯିବ। ଲୋକେ ଭଲ କହିଲେ ଅଧିକାରୀଙ୍କୁ ପ୍ରଶଂସା ସାଙ୍ଗକୁ ପଦୋନ୍ନତି ମିଳିବ। କର୍ତ୍ତବ୍ୟରେ ଅବହେଳା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’କୁ ଆଧାର କରି ‘ମୋ ସରକାର’ କାର୍ଯ୍ୟକ୍ରମ ବାସ୍ତବ ରୂପ ନେବ। ଏଥିପାଇଁ ପ୍ରତିଦିନ ଥାନା ଓ ହସ୍ପିଟାଲକୁ ଆସୁଥିବା ୧୦ଜଣ ଲୋକଙ୍କର ମତାମତ ନେବେ ମୁଖ୍ୟମନ୍ତ୍ରୀ। ହସ୍ପିଟାଲ ଓ ଥାନାର ସ୍ବଚ୍ଛତା ସହ ବିଭିନ୍ନ ସେବା ସଂକ୍ରାନ୍ତରେ ଉଚ୍ଚପଦସ୍ଥ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଲୋକଙ୍କୁ ଫୋନ୍‌ କରି ପଚାରିବୁଝିବେ। ସେବାକୁ ନେଇ ଲୋକେ ମାର୍କ ନେବେ। ଏଥିପାଇଁ ‘ମୋ ସରକାର’ ନାମରେ ସ୍ବତନ୍ତ୍ର ପୋର୍ଟାଲ କାର୍ଯ୍ୟ କରିବ। ଏଥିରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ପଞ୍ଜୀକରଣ କରାଯିବ। ଏଥିରେ ସଫଳତା ମିଳିଲେ ଅନ୍ୟ ବିଭାଗରେ ମଧ୍ୟ ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ଉପଯୁକ୍ତ ଭିତ୍ତିଭୂମି ନ ଥିବାବେଳେ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହା କେବଳ ଲୋକଦେଖାଣିଆ। କିଛି ସୁଫଳ ମିଳିପାରିବ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯାହା ହୋଇନାହିଁ ବାଳୁତ କାଳେ ତାହା କି ହେବ କାଳେ କାଳେ। ସରକାର ୨୦ ବର୍ଷରେ ଯାହା କରିପାରିଲେ ନାହିଁ, ଏବେ ବାହାରିଛନ୍ତି ତାହା କରିବା ପାଇଁ। ଏହା ମୋ ସରକାର କାର୍ଯ୍ୟକ୍ରମ ନୁହେଁ, ଆମ ସରକାର କାର୍ଯ୍ୟକ୍ରମ କରିଲେ ଭଲ ହେବ। ଯଦି ଲୋକେ ସୁବିଧା ପାଇବେ, ତାହାକୁ ଆମେ ସ୍ବାଗତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଲଗାଇଲେ କଟକଣା: ଏତିକି ବର୍ଷରୁ କମ୍ ପିଲା ଫୁଟାଇ ପାରିବେନି ବାଣ

ଭୁବନେଶ୍ୱର,୩୦।୧୦: ଦୀପାବଳି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଏବଂ କେଉଁ ବୟସର ଛୋଟ ପିଲାମାନେ...

ଘରୋଇ ହସ୍ପିଟାଲକୁ ସିଲ୍‌ କରିବା ପାଇଁ ଉପଜିଲାପାଳଙ୍କ ନିର୍ଦ୍ଦେଶ

କଟକ,୩୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସିଡିଏସ୍ଥିତ ନ୍ୟୁ ବର୍ନ ଆଣ୍ଡ୍‌ ପେ୍‌ ହେଲ୍‌ଥ ସେଣ୍ଟର ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣାରେ ଜିଲା ପ୍ରଶାସନର...

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍‌ ଗଲେ ସ୍ବାମୀ

ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି…

ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର...

ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୩୦।୧୦: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ବୁଧବାର ଏନେଇ ବିଧାନସଭା...

୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର,୩୦।୧୦: ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri