ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲା ଓଡ଼ପଡ଼ା ତହସିଲ ଅଧୀନ ରାଣୀବଣିଆ ବେଆଇନ ପଥର ଖାଦାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଏଥିରେ ୭ ଟ୍ରକ ଓ ୨ ଜେସିବି ମେଶିନ ଜବତ କରାଯାଇଛି। ଉପଜିଲାପାଳ ସାଫଲ୍ୟ ମଣ୍ଡିତଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିବା ବେଳେ ସଦର ଅତିରିକ୍ତ ତହସିଲଦାର ଲକ୍ଷଣ ଦଳାଇ, ଓଡ଼ପଡ଼ା ଅତିରିକ୍ତ ତହସିଲଦାର ସାଗରିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।