‘ବେଆଇନ ବାଲିଚାଲାଣ ଉପରେ ଲଗାମ ଲଗାଯିବ’

ଜଳେଶ୍ୱର, ୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଗୁରୁବାର ପୂର୍ବାହ୍ନରେ ଜଳେଶ୍ୱର ତହସିଲ ପରିସରରେ ଅଚାନକ ପହଞ୍ଚିଥିଲେ। ତହସିଲଦାର ଅଭିମନ୍ୟୁ ପଣ୍ଡା ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟାଳୟରେ କେତେକ କର୍ମଚାରୀ ଅନୁପସ୍ଥିତ ଥିଲେ। ଜିଲାପାଳ ପହଞ୍ଚିବାର ୨ ଘଣ୍ଟା ପୂର୍ବରୁ ତହସିଲଦାର ନିଜ ଅଧସ୍ତନ କର୍ମଚାରୀଙ୍କୁ ନେଇ ୬ଟି ବେଆଇନ୍‌ ବାଲି ଓ ପଥର ବୋଝେଇ ଡମ୍ପର ଜବତ କରି ତହସିଲ ପରିସରରେ ରଖିଥିଲେ। ଯାହାକୁ ନେଇ ଜିଲାପାଳ ଉକ୍ତ ବେଆଇନ ବାଲି ଓ ପଥର ଚାଲାଣ ଉପରେ ତହସିଲଦାରଙ୍କୁ ପଚାରି ବୁଝିଥିଲେ। ଜିଲାପାଳ ନିଜ ସହିତ ଏଡିଏମ୍‌ ସମ୍ବିତ୍‌ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଉପଜିଲାପାଳ ସରୋଜ ସାମଲ, ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ରାଇବଣିଆ ଥାନା ଅଞ୍ଚଳର ବିଳାସପୁର, ରାଜନଗର, ମାକିଡ଼ିଆ, ତୁଟାପଡ଼ା, ବେହେରାସାହି ଆଦି ବାଲି ସୈରାତଗୁଡ଼ିକ ପରିଦର୍ଶନ କରିଥିଲେ। ଦୀର୍ଘଦିନ ଧରି ପଶ୍ଚିମବଙ୍ଗ ରାଜ୍ୟ ସହିତ ଲାଗି ରହିଥିବା ନଦୀର ସୀମାବିବାଦକୁ ନେଇ ଜିଲାପାଳ ତହସିଲଦାରଙ୍କଠାରୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ। ଉକ୍ତ ସୀମା ବିବାଦକୁ ନେଇ ଶୁକ୍ରବାର ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲା ସଦର ମହକୁମାଠାରେ ଉଭୟ ରାଜ୍ୟର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାରୁ ଜିଲାପାଳ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ଦେଖାଯାଇଥିଲା। ଜିଲାପାଳଙ୍କ ଅଚାନକ ଗସ୍ତକୁ ନେଇ ତହସିଲ, ବ୍ଲକ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ଦେଖିବାକୁ ମିଳିଥିଲା। ଏପରିକି ପୋଲିସ ଅଧିକାରୀ ତଥା କର୍ମଚାରୀ ମଧ୍ୟ ଆଲର୍ଟ ଥିବା ଦେଖାଯାଇଥିଲା। ବେଆଇନ ବାଲି ଚାଲାଣ, ଉତ୍ତୋଳନ ଓ ଠୁଳ କରି ରଖିବା ଉପରେ ଲଗାମ ଲଗାଯିବ ବୋଲି ଜିଲାପାଳ କେ.ସୁଦର୍ଶନ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ...

ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ...

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

Featured Video Play Icon

୨୪ ଘଣ୍ଟା ପରେ ଆହୁରି ଖସିବ ପାରଦ

ନୂଆବର୍ଷରୁ ରାଜ୍ୟକୁ ପୁଣି ଫେରିବ ଶୀତ ।୨୪ ଘଣ୍ଟା ପରେ ରାଜ୍ୟରେ ଆହୁରି ଖସିବ ପାରଦ । ଏବେ ପାରଦ ଖସିବା ସହ ଅନୁଭୂତ ହେଉଛି...

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍

ଭୁବନେଶ୍ୱର,୩୦।୧୨: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁଇଟି ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମୁମ୍ବାଇରୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭୁବନେଶ୍ୱର, ଝାରସୁଗୁଡାରୁ ଏଣିକି ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨: ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡାରୁ  ଅଧିକ ସହରକୁ ସିଧାସଳଖ ଯୋଡି ହେବ ବିମାନସେବା । ଜାନୁଆରୀ ୧ରୁ...

ଯାତ୍ରାରେ ଅଶ୍ଳୀଳ ନୃତ୍ୟ: ସାହୁ ଭାଉଜଙ୍କ ବିରୋଧରେ ପୋଲିସ ରୁଜୁ କଲା ମାମଲା

ମାଲକାନଗିରି, ୩୦ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ କତାମେଟାରେ ଶନିବାର ଶ୍ରୀକ୍ଷେତ୍ର ଅପେରା ଯାତ୍ରା କରୁଥିବା ବେଳେ ଜଣେ ତରୁଣୀଙ୍କ ଅଶ୍ଳୀଳ ନୃତ୍ୟକୁ ଆଧାରକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri