ବେଆଇନ ବାଲି ଉତ୍ତୋଳନ ନେଇ ଗ୍ରାମବାସୀଙ୍କ ରାସ୍ତାରୋକୋ, ଉତ୍ତେଜନା

ଜଳେଶ୍ୱର, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ସରଡ଼ିହା ରାଜସ୍ବ ସର୍କଲ ଅଧୀନ ସୁବର୍ଣ୍ଣରେଖା ନଦୀର ଶିଖରପୁର ବାଲି ସୈରାତରୁ ପରିବେଶ ତଥା ରାଜସ୍ବ ଆଇନକୁ ଉଲ୍ଲଘଂନ କରାଯାଇ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି। ନଦୀକୂଳ ଶିଖରପୁର ଗ୍ରାମର ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗୁରୁବାର ଶିଖରପୁର ବାଲିସୈରାତ ରାସ୍ତାରେ ଶିଖରପୁର ଗ୍ରାମର ସରୋଜ କୁମାର ଗିରି, ଲକ୍ଷ୍ମୀଧର ଗିରିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ରାସ୍ତାରୋକୋ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବେଆଇନ ବାଲି ଉତ୍ତୋଳନ ଓ ଚାଲାଣରେ ପ୍ରଶାସନିକ ଅଧିକାରୀ, କର୍ମଚାରୀ ସମ୍ପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ଧରି ରାସ୍ତାରୋକୋ କରାଯାଇଥିଲେ ମଧ୍ୟ ବାଲିସୈରାତ ସ୍ଥଳରେ ପ୍ରଶାସନ ତରଫରୁ କେହି ନ ପହଞ୍ଚତ୍ବାରୁ ଉତ୍ତେଜନା ଦେଖାଦେଇଥିଲା।
ନଦୀଗର୍ଭ ତଥା କୂଳରୁ ବଡ଼ ଚେନ ଲଗା ଜେସିବି ମେଶିନଗୁଡ଼ିକ ଦ୍ୱାରା ଅହୋରାତ୍ର ବାଲି ତାଡ଼ି ନେଇ ଶହ ଶହ ଟ୍ରାକ୍ଟର ଯୋଗେ ବୋହି ନିଆଯାଉଛି। ବାଲି ବ୍ୟବସାୟୀ ଏବଂ ମାଫିଆମାନେ ଉକ୍ତ ବାଲିକୁ ଘଞ୍ଚ ଜଙ୍ଗଲ ଭିତରେ ଡମ୍ପିଂ କରି ରାତାରାତି ଡମ୍ପର ତଥା ହାଇୱା ଯୋଗେ ବିନା ଟ୍ରାନ୍‌ଜିଟ୍‌ ପାସ(ଟିପି)ରେ ପଶ୍ଚିମବଙ୍ଗକୁ ଚାଲାଣ କରି ମାଲେମାଲ ହେଉଛନ୍ତି। ନଦୀର ୩୦ ଫୁଟ୍‌ ଗଭୀରରୁ ବାଲି ତାଡ଼ି ନିଆଯିବା ଫଳରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇ ନଦୀବନ୍ଧ ପ୍ରତି ମହାବିପଦ ଦେଖାଦେଇଛି। ବନ୍ୟା ସମୟରେ ନଦୀବନ୍ଧ ଧସିଯାଇ ଗ୍ରାମ ନଦୀରେ ଲୀନ ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି। ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ବାଲି ଉତ୍ତୋଳନ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିଯୁକ୍ତ କରାଯାଉନାହିଁ। ମେଶିନ ଦ୍ୱାରା ଉତ୍ତୋଳନ କରାଯିବା ଫଳରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ଗଚ୍ଛିତ ବାଲିକୁ କିଛି ଦିନ ମଧ୍ୟରେ ସରି ସରି ଆସୁଛି। ଫଳରେ ନଦୀର ଗତିପଥ ପରିବର୍ତ୍ତନ ହେବାରେ ଲାଗିଛି। ଏ ସମ୍ପର୍କରେ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଶିଖରପୁର ବାଲିସୈରାତକୁ ଅତୁଲ ଓଝା ନାମକ ବ୍ୟକ୍ତି ୫ ବର୍ଷ ପାଇଁ ଲିଜ୍‌ ନେଇଛନ୍ତି। ଯାହାର ଅବଧି ୨୦୧୯-୨୦ ଆର୍ଥିକ ବର୍ଷରେ ଶେଷ ହେବ। ଗ୍ରାମବାସୀଙ୍କ ଅଭିଯୋଗ, ରାସ୍ତାରୋକୋ ତଥା ବିରୋଧ ପ୍ରଦର୍ଶନ ବିଷୟରେ ମୁଁ ଅବଗତ ନାହିଁ କି, ସେମାନେ ପୂର୍ବରୁ ପ୍ରଶାସନକୁ ଆଗୁଆ ସୂଚନା ଦେଇନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଗ୍ରାମବାସୀଙ୍କ ଅଭିଯୋଗ ଜାଣିବା ପରେ ସରଡ଼ିହା ଆରଆଇ ରାଧାବଲ୍ଲଭ ରଣଜିତ୍‌ଙ୍କୁ ସରଜମିନ୍‌ ତଦନ୍ତ କରି ରିପୋର୍ଟ ମଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri