ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି। ଅନ୍ୟପଟେ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ହଜ୍‌ ପଞ୍ଚାୟତ ସରପଞ୍ଚ ପୁଲକ ବଡଜେନା ସ୍ଥାନୀୟ କାଳଚୁଆପାଟଣା, ହଜ୍‌ ଏବଂ ନାରଗୋଦା ଗ୍ରାମକୁ ୭୨ଘଣ୍ଟା ଲାଗି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଆକ୍ରାନ୍ତ ଯୁବକ ଗତ ମାର୍ଚ୍ଚ ୨୫ ତାରିଖରେ ତାମିଲନାଡୁରୁ ଘରକୁ ଫେରିଥିଲେ। ମାତ୍ର ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହାପରେ ସେ ବୋଲଗଡ଼ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସେ ନିଜ ଗ୍ରାମକୁ ଆସିବା ସହ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଗତ ମେ ୮ତାରିଖ ସେ ଅସୁସ୍ଥ ଅନୁଭବ କରିଥିଲେ। ମେ ୧୦ତାରିଖରେ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ତାଙ୍କର ପଜିଟିଭ ଟିପୋର୍ଟ ଆସିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ବେଗୁନିଆ ବିଡିଓ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲେ। ଅନ୍ୟପଟେ ଆକ୍ରାନ୍ତ ଜଣଙ୍କ ଗତ ଦୁଇ ଦିନ ହେବ ଶଗଡ଼ଭଙ୍ଗା ପଞ୍ଚାୟତର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ ବୋଲି ପ୍ରଶାସନ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଏଯାବତ୍‌ ୩ଟି ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବି। ରିପୋର୍ଟ ଲେଖା ହେବା ବେଳକୁ ଉକ୍ତ ୩ ଗ୍ରାମରେ ସାନିଟାଇଜ କରାଯାଇ ନ ଥିବା ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା

ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର...

ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ

ନିରାକାରପୁର, ୧୯।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଭୂମିକମ୍ପ ଝଟକା। ଗୁରୁବାର ଅପରାହ୍ନ ୪.୫୧ରେ ୧ରୁ ଦୁଇ ସେକେଣ୍ଡ...

ଫରେଷ୍ଟଗାର୍ଡଙ୍କୁ ମାଡ଼ ମାରିଲେ ଗ୍ରାମବାସୀ

ନିରାକାରପୁର,୧୮ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଓ ପଟିଆ ସେକ୍ସନ ଅଧୀନରେ ଥିବା ରଣ୍ଡା ବିଟ୍‌ ହାଉସ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା...

ନିରାକାରପୁର ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୩ ଦୋକାନ

ନିରାକାରପୁର,୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ) :ସୋମବାର ନିରାକାରପୁର ବଜାର ଭିତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ନବୀନ ବେହେରା(ବାରମଜା ଭେରାଟି ଦୋକାନ ), ଭୀମ ସେନାପତି(ମଟର...

୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ନିରାକାରପୁର, ୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଞ୍ଚଳ ରଘୁରାୟ...

ଇଲେକ୍ଟ୍ରିପୋଲ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୬ା୧୨: ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri