ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରି ବେପରୁଆ ଯାନ ଚାଳନା ଉପରେ ଗୁରୁତ୍ୱ ଦେଇ କଟକଣା ଲାଗିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିନା ହେଲମେଟରେ ବାଇକ୍‌ ଚଳାଇବା, ବିକୃତ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର, ଚିତ୍ରିତ ନମ୍ବର ପ୍ଲେଟ ନିମନ୍ତେ ଏଣିକି ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ା
୨୦୧୮ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୨୪୯ଟି ଦୁର୍ଘଟଣାରେ ୧୨୩ଜଣଙ୍କ ପ୍ରାଣହାନି ଘଟିଛି। ୨୦୧୯ରେ ସେହି ୬ମାସ ମଧ୍ୟରେ ୨୫୩ଟି ଦୁର୍ଘଟଣା ଘଟି ୧୩୪ଜଣଙ୍କ ପ୍ରାଣହାନି ଘଟିଛି। ଦୁର୍ଘଟଣାରେ ୧.୬୦ ପ୍ରତିଶତ ବୃଦ୍ଧି ଘଟିଥିବା ସୂଚିତ କରାଯାଇଥିଲା ା ସେହିପରି ଜୀବନହାନି ୮.୯୪ ପ୍ରତିଶତ ବୃଦ୍ଧି ଘଟିଛି। ସେଥିପାଇଁ ପୋଲିସ, ଆଞ୍ଚଳିକ ପରିବହନ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଯୁଗ୍ମ ତଦନ୍ତ ଉପରାନ୍ତ କମିଟି ସେହି ସ୍ଥାନରେ କିପରି ପୁନର୍ବାର ଦୁର୍ଘଟଣା ସଙ୍ଗଠିତ ନ ହେବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରି ସୁପାରିଶ୍‌ କରିବେ। ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ଖବର ପାଇବା, ପୀଡିତଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ତ୍ୱରିତ କରିବାକୁ ଆହୁରି ମଜବୁତ୍‌ କରିବା ପାଇଁ ହ୍ବାଟସ୍‌ ଆପ୍‌ ଗ୍ରୁପ ଗଠନ କରିବାକୁ ଆରଟିଓଙ୍କୁ କୁହାଯାଇଛି ା ବିଶେଷ ଭାବେ ଜାତୀୟ ରାଜପଥ ନିକଟରେ ଥିବା ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କୁ ଟ୍ରାଫିକ୍‌ ନିୟମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବା, ରାସ୍ତା ପାର୍ଶ୍ୱରେ ଟ୍ରାଫିକ ନିୟମ ଫଳକ ଲଗାଇବା, ଟୋଲ ଫ୍ରି ନମ୍ବର ହେଲା ୧୦୯୯ ବିଶିଷ୍ଟ ପାଟ୍ରୋଲିଂ ଯାନ ଏବଂ ଆମ୍ବୁଲାନ୍ସ ମୁତୟନ, ରାସ୍ତାର ଉନ୍ନତୀକରଣ ଆଣିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳ ଶେରଗଡଠାରେ ଥିବା ଟୋଲ୍‌ଗେଟର ଜରୁରୀକାଳୀନ ପ୍ରସ୍ଥାନ ଗେଟକୁ ସବୁବେଳେ ଜାମ୍‌ କରି ରଖୁଥିବା ପ୍ରକାଶ କରି ଏହାକୁ ଫ୍ରି କରିବାକୁ ତାଗିଦ୍‌ କରିଥିଲେ। ଏହାଛଡା କେତେକ ସ୍ଥାନରେ ରାସ୍ତାକଡରେ ଗତ ଫନୀ ସମୟରେ ଉପୁଡି ପଡିଥିବା ଗଛର ଗଣ୍ଡିଗୁଡିକ ପଡି ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଥିବାରୁ ସେଗୁଡିକୁ ତୁରନ୍ତ ଅପସାରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ସହର ମଧ୍ୟରେ ରୋଡ ମାର୍କିଂ କରାଯିବା ଏବଂ ବିଦ୍ୟୁତ ଖୁଣ୍ଟଗୁଡିକୁ ହଟାଯିବା ଉପରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ଉପଜିଲାପାଳ ନୀଲୁ ମହାପାତ୍ର, ସିଡିଏମ୍‌ଓ ଡା.ଦୁଲାଳସେନ ଜଗଦେବ, ଆରଟିଓ ବିକାଶ ଚୌଧୁରୀଙ୍କ ସମେତ ବିପ୍ଳବ ମହାନ୍ତି, ରବି ରାଉତ, ଶିବ ପ୍ରସାଦ ଭୋଇ, ଟ୍ରକ ମାଲିକ ସଂଘର ସମ୍ପାଦକ ବାଦଲ ଦାସ, ବସ୍‌ ମାଲିକ ସଂଘ ସଭାପତି ମାଧବ ଚନ୍ଦ୍ର ମିଶ୍ରଙ୍କ ସମେତ ପ୍ରାୟ ୩୦ଜଣ ସଦସ୍ୟ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଶୁ ଠାରୁ ବଳିଗଲା ମଣିଷର ପାଶବିକତା: ଅସୁସ୍ଥ ଓଟକୁ ଛାଡ଼ି…

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଜୀବନ ସାରା ଓଟ ପିଠିରେ ବସାଇ ଟଙ୍କା କମାଇ ଥିବା ମାଲିକ ଶେଷରେ ପୋଷା ଅସୁସ୍ଥ ଓଟକୁ ବଲାଙ୍ଗୀର ରାଜରାସ୍ତାରେ ଅସହାୟ...

ଖାଲରେ ପଡିଲା ହାତୀ, ବାହାରିବାକୁ ଲଗାଇଛି କସରତ

ଭବାନୀପାଟଣା,୩୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟ ଅଧିନସ୍ଥ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶରେ ଥିବା ଏକ ଖାଲରେ ସୋମବାର ସକାଳୁ...

ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍‌ପି

ପାଟଣାଗଡ, ୩୦।୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ବ୍ଲକ ମୁଣ୍ଡାପଲା ଗାଁରେ ଅଖିଳ ଭାରତୀୟ ଗଣ୍ଡାୱାନ (ଗଣ୍ଡ) ସମାଜର ଆଦିବାସୀ ଭବନର ଶୁଭ ଭିତ୍ତି ପ୍ରସ୍ତର...

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ...

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ...

‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା...

ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri