ବେଳାଭୂମିରୁ ବେଆଇନ ବାଲି ଚାଲାଣ

ରୂପ୍‌ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଜେସିବି ମେଶିନ୍‌ ଦ୍ୱାରା ବାଲି ଖନନ ହେବା ଯୋଗୁ ସମୁଦ୍ରକୂଳ ଆଡ଼ିବନ୍ଧରେ ଥିବା ଝାଉଁଗଛ ଉପୁଡି ପଡୁଛି। ବାଲି ଚୋରା ଚାଲାଣକାରୀମାନେ ସେଗୁଡ଼ିକୁ କାଟି ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସଦର ତହସିଲଦାର ପଞ୍ଚାନନ ପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଜିତେନ୍ଦ୍ର କୁମାର ରାଉତ, ଛାନୁଆ ଆର୍‌ଆଇ, ସାର୍ଥା ଫାଣ୍ଡି ଅଧିକାରୀ ଡି.ଏମ୍‌. ସିଂ ପ୍ରମୁଖ ସଦଳବଳ ବେଳାଭୂମିରେ ଚଢ଼ାଉ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବାଲି ଖନନ ଓ ଚାଲାଣରେ ବ୍ୟବହୃତ ଜେସିବି ମେଶିନ୍‌, ଟ୍ରାକ୍ଟର ସହ ୧୦ହଜାର ଟଙ୍କାର ଝାଉଁ କାଠ ଜବତ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସମୁଦ୍ର ନିକଟ ତରଡ଼ାବୁଧିଆ ଗାଁକୁ ଲାଗିଥିବା ଆଡ଼ିବନ୍ଧ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଥାଏ। ଏହି ସମୁଦ୍ରକୂଳ ବେଳାଭୂମିରେ ପ୍ରତିବର୍ଷ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ। ସୋମବାର ଏହି ଆଡ଼ିବନ୍ଧରୁ ଜେସିବି ଯୋଗେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ୍‌ ଚାଲାଣ କରାଯିବା ସହ ଝାଉଁ ଗଛ କାଟି ନିଆଯାଉଥିବା ଗ୍ରାମବାସୀ ମନ୍ମଥ ବେହେରା, ପ୍ରିୟରଞ୍ଜନ ପୃଷ୍ଟି, ମୁକୁନ୍ଦ ଆଦିତ, ପ୍ରଭାତ ବେହେରା ଓ ଶମ୍ଭୁନାଥ ଶାବଳ ପ୍ରମୁଖ ଅଭିଯୋଗ କରିଥିଲେ। ବିଧାୟକ ମଦନମୋହନ ଦତ୍ତ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜଣାଇଥିଲେ। ଗ୍ରାମର ମହିଳା, ପୁରୁଷ ମିଶି କଟା ଯାଇଥିବା ଝାଉଁଗଛ ଓ ଜେସିବି ମେଶିନ ସହ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ ହେବା ପରେ ଗ୍ରାମବାସୀ ଏହାକୁ ଉଚିତ ପଦକ୍ଷେପ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଏହି ବେଳାଭୂମିରୁ ବାରମ୍ବାର ବେଆଇନ ଭାବେ ବାଲି ଖନନ ହେଉଥିବା ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଜଣେ ଜନପ୍ରତିନିଧିଙ୍କ ଇସାରାରେ ଚୋରା ବାଲିଚାଲାଣ ଓ ଝାଉଁଗଛ କଟାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରାରେ ବାଲିଯାତ୍ରା ଟିକେଟ୍: ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣ

ମଥୁରାନଗରୀ, ୧୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ...

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କିଷାନ ମୋର୍ଚ୍ଚାର…

ଛତ୍ରପୁର,୧୦।୧(ଦିଲ୍ଲୀପ ସାମଲ):ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଚାଷୀମାନଙ୍କ ସମସ୍ୟାର ସମାଧାନ କରିବା ସମେତ ୬ଦଫା...

ବ୍ରହ୍ମପୁରରେ ପହଞ୍ଚତ୍ପାରିଲେନି ଯାତ୍ରୀବାହୀ ବସ୍‌ରେ …

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ମଧ୍ୟରୁ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଜଣେ ବୃଦ୍ଧାଙ୍କ...

ଗଞ୍ଜେଇ ସହ ବାଇକ୍‌ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି। ତାଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍‌...

ଚୋରି ଆଲୁମିନା ପାଉଡର ସହ ୨ ଟ୍ରାକ୍ଟର, ୨ ବୋଲେରୋ, କାର୍‌ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୧୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି ଅଭିଯୋଗରେ ସ୍ଥାନୀୟ ପୋଲିସ ୨...

ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ...

ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳ ବନ୍ଦ

କଟକ,୧୦।୧: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ...

ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

ନିରାକାରପୁର,୧।୧୦(ମାନସ ଚସ ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଚିଲିକା ତହସିଲ ସୋରଣ ରାଜସ୍ବ ସର୍କଲ ଆରଆଇ କୈଳାସ ବେହେରା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri