ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ସରକାରୀ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷାର ମାନ କମିଯାଉଥିତ୍ବା ଅଭିଯୋଗ ହେଉଛି। ଫଳରେ ବାଧ୍ୟହୋଇ ଅଭିଭାବକମାନେ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଉଛନ୍ତି। ସୂଚନାଯୋଗ୍ୟ, ଡେରାବିଶ ବ୍ଲକରେ ଛତୁପୁଟିଲା ପରି ବେସରକାରୀ ବିଦ୍ୟାଳୟ ଗଢ଼ି ଉଠୁଥିବା ବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ କମିବାରେ ଲାଗିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଡେରାବିଶ ବ୍ଲକରୁ ୧୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ସେଥିରୁ ୧୧ ଜଣ ହେଲେ ବେସରକାରୀ ବିଦ୍ୟାଳୟର। ପିଲାମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ସରକାରୀ ବିଦ୍ୟାଳୟଗୁଡିକରେ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିତ୍ବା ବେଳେ ଏଥିପାଇଁ ସରକାରୀ ରାଜକୋଷରୁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। ମାତ୍ର ଛାତ୍ରୀଛାତ୍ରମାନଙ୍କ ପାଠ ପଢ଼ାରେ ଉନ୍ନତି ହେଉନାହିଁ। ପ୍ରତିବର୍ଷ ପ୍ରଥମରୁ ପଞ୍ଚମ ଯାଏଁ ଉଜ୍ଜ୍ୱଳ ଯୋଜନା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ଦୁର୍ବଳ ଛାତ୍ରୀଛାତ୍ରୀଙ୍କୁ ବିଭକ୍ତ କରାଯାଇ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅନ୍ତର୍ଗତ ଛାତ୍ରୀଛାତ୍ରଙ୍କୁ ଲେବୁଲ୍‌ – ୧ ଓ ଲେବୁଲ୍‌ -୨ରେ ବିଭକ୍ତ କରାଯାଇ ଶିକ୍ଷାଦାନ ଦିଆଯାଉଛି। ଏସବୁ ସତ୍ତ୍ୱେ ପିଲାମାନେ ପାଠପଢ଼ାରେ ଦୁର୍ବଳ ରହୁଛନ୍ତି। ଏଥିଯୋଗୁ ଉଚ୍ଚପ୍ରାଥମିକରୁ ହାଇସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ଶିକ୍ଷାରେ ଦୁର୍ବଳ ରହୁଛନ୍ତି। ଫଳରେ ବିଦ୍ୟାଳୟରେ ପାଠପଢ଼ା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ହୋଇ ନ ଥିବାରୁ ଏବେ ଡେରାବିଶ ଶିକ୍ଷା ବିଭାଗର ଚେତା ପଶିଛି। ଗତ ସୋମବାର ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଗଣେଶପୁରସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାପୀଠରେ ୮ଟି କ୍ଲଷ୍ଟରର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା ା ସେଥିରେ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନା ଉପରେ ଗୁରୁତ୍ୱ ଦିଆଯିବାସହ ଛାତ୍ରୀଛାତ୍ରଙ୍କୁ ସାଧାରଣଜ୍ଞନ, ପ୍ରବନ୍ଧ ଓ ବକ୍ତୃତା ସହ ବିଦ୍ୟାଳୟର ପାଠାଗାରର ସାହାଯ୍ୟ ନେବା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିସହ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଏବଂ ପଢ଼ାଖାତା ତଦରଖା କରିବାପାଇଁ ଗୁରୁତ୍ୱ ଦିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି

ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି...

ବିଷାକ୍ତ ମଦ: ଦାଦା, ପୁତୁରା ମୃତ

ତିର୍ତ୍ତୋଲ/କେନ୍ଦ୍ରାପଡ଼ା,୨୧/୧୧(ଗୌରାଙ୍ଗ ଚରଣ ସ୍ବାଇଁ/ଜଗନ୍ନାଥ ଧଳ): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମରେ ଛତୁରେ ପକାଇବାକୁ ଥିବା କୀଟନାଶକକୁ ପାଣି ଭାବି...

ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା, ୨୦।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ବୁଧବାର ଆଲୋଚନାର ବିଷୟ ହୋଇଛି। ପେଟ...

୬ଷ୍ଠରୁ ୧୦ମ ଛାତ୍ରୀଙ୍କୁ ମିଳୁନି ନାପ୍‌କିନ

ମହାକାଳପଡ଼ା, ୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ ସରକାର ଶାସନ ସମୟରେ ଛାତ୍ରୀମାନଙ୍କୁ ମାଗଣାରେ ନାପକିନ ବଣ୍ଟନ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ୬ଷ୍ଠରୁ ୧୦ମଶ୍ରେଣୀ ଛାତ୍ରୀଙ୍କୁ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବକ ନଦୀରେ ଗାଧୋଇବାକୁ ଯିବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସେ କୁମ୍ଭୀର...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା...

ଖତଖାଉଛି ଇ-ଟଏଲେଟ୍‌, ସର୍ବସାଧାରଣ ଶୌଚାଳୟ

ପଟ୍ଟାମୁଣ୍ଡାଇ,୪ା୧୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁଦୁଢ଼ କରିବା ନେଇ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସହରକୁ ପରିଚ୍ଛନ୍ନତା ରଖିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri