ବୈଷ୍ଣବ ରାଉତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୮ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ମଙ୍ଗଳବାର ବିଦାବନ୍ଧ ଗ୍ରାମର ବୈଷ୍ଣବ ରାଉତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାସ ଅଭିଯୁକ୍ତ ଦେବନ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୮ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଗଣେଶ କୁମାର ବେହେରା ମାମଲା ପରିଚାଳନା କରିଥିଲେ।
୨୦୧୫ ଏପ୍ରିଲ ୯ରେ ବୈଷ୍ଣବ ନିଜ ଆମ୍ବ ତୋଟାରେ କୁଡ଼ିଆ କରି ଜଗିଥିଲେ। ଏହି ସମୟରେ ହଳଦୀବାଡ଼ି ଗ୍ରାମର ଦେବନ ନିଶାସକ୍ତ ଅବସ୍ଥାରେ ଆସି ପାଟିତୁଣ୍ଡ କରିଥିଲେ। ଘଟଣା ଧୀରେ ଧୀରେ ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦେବନ ଏକ କୁରାଢ଼ିରେ ବୈଷ୍ଣବଙ୍କୁ ହାଣି ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ବୈଷ୍ଣବଙ୍କ ଭାଇ ଶ୍ରୀନିବାସଙ୍କ ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ ନଂ. ୧୩୮/୧୫, ଦଫା ୩୦୨ରେ ମାମଲା ରୁଜୁ ହୋଇଥିଲା। ୧୪ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ପ୍ରକାଶ କଲେ ୩ ବିଧାୟକ

କୋରାପୁଟ,୩ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ଓଡ଼ିଶା ତରଫରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା...

ସମ୍ବଲପୁରରେ ବଡ଼ଧରଣର ଲୁଟ୍‌

ସମ୍ବଲପୁର,୩।୧: ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ଛକସ୍ଥିତ ମଣପୁରମ୍‌ ସଂସ୍ଥାରୁ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ମଣପୁରମ୍‌ ସଂସ୍ଥା କାର୍ଯ୍ୟାଳୟରେ...

ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ

ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍‌ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ...

ଘରେ ପଶି ଭଉଣୀ-ଭାଇଙ୍କୁ ଗୁଳିମାଡ଼, କଟକ ସ୍ଥାନାନ୍ତର

ବଇଣ୍ଡା,୩ା୧(ପରୀକ୍ଷିତ ସାହୁ ): ଅନୁଗୋଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ...

ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ

ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି...

ଆଜିଠୁ ବରଗଡ଼ ଧନୁଯାତ୍ରା, ଚାଲିବ କଂସ ରାଜୁତି

ବରଗଡ଼,୩ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାରରୁ ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ମଧ୍ୟ ବରଗଡ଼...

ସୁନା-ରୁପା ଛାଉଣି ହେବ ରତ୍ନଭଣ୍ଡାର କବାଟ: ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ପୁରୀ,୩ା୧(ଅଜିତ୍‌ କୁମାର ମହାନ୍ତି):ଗତ ଡିସେମ୍ବର ୧୭ରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ସମ୍ପନ୍ନ ହେବା...

କୋରମ ଅଭାବ: ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଦିଗପହଣ୍ଡି/ପାଟପୁର,୩ା୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ଦୀର୍ଘଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri