ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା ଶନିବାର ବୌଦ୍ଧ ଜିଲା କରୋନା ମୁକ୍ତ ହୋଇଥିବା ସିଡିଏମଓ ଡା. ଲକ୍ଷ୍ମୀଧର ସାହୁ ଜଣାଇଛନ୍ତି ା ଏହି ଜିଲାରେ ପ୍ରଥମେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ା ଏହାର କିଛି ଦିନ ପରେ ଅନ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ା ଏହାର ଏକ ସପ୍ତାହ ପରେ ଜିଲାରେ ଗୋଟିଏ ଦିନରେ ୨୮ ଜଣ ପଜିଟିଭ ଚିହ୍ନଟ ହେବା ଜଣାପଡିବା ପରେ ଜିଲାବାସୀ ଆତଙ୍କିତ ହେବା ସହ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା ା ପୂର୍ବରୁ ଜିଲାର ୫ ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ୨୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ା ଜିଲାର ସମସ୍ତ ୩୩ ଜଣ କରେନା ଆକ୍ରାନ୍ତ ସୁସ୍ଥ ହେବା ଖୁସି ଖବର ହୋଇଥିବା ବେଳେ ଜିଲା କରୋନା ମୁକ୍ତ ହୋଇଛି ା
ପ୍ରକାଶଥାଉ କି , ଗୋଟିଏ ଦିନରେ ୨୮ ଜଣ ପଜିଟିଭ ବାହରିବା ପରେ ୨୧ ଜଣଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ରଖାଯାଇ ଚିକିତ୍ସିତ କରାଯାଇଥିବା ବେଳେ ୭ଜଣଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ପଠାଯାଇଥିଲା ା ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ଯୁବକମାନେ ସୁସ୍ଥ ହୋଇ ଜିଲାକୁ ଫେରିଥିଲେ ା ଶନିବାର ସୁସ୍ଥ ହୋଇଥିବା ସମସ୍ତ ଯୁବକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜିଲା କୋଭିଡ କେୟାର ସେଣ୍ଟର ଠାରେ ଫୁଲତୋଡା ଦିଆଯାଇ ଅଭିନନ୍ଦନ ଜଣାଯିବା ସହିତ ସ୍ବତନ୍ତ୍ର ଆମ୍ବୁଲାନସ ଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହି ସମୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଭି. ରଘୁନାଥ ରାଓ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସାହୁ. ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସୁସ୍ଥ ଯୁବକମାନଙ୍କୁ ତାଳି ମାରି ଉତ୍ସାହିତ କରିବା ସହିତ ବିଦାୟ ଦେଇଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଡାକ୍ତର,ନର୍ସମାନଙ୍କ ପ୍ରଚେଷ୍ଟାରେ ରାଜ୍ୟର ପ୍ରଥମ ଜିଲା ଭାବରେ ବୌଦ୍ଧରେ ୨୧ ଜଣ ସଂକ୍ରମିତ ସୁସ୍ଥ ହୋଇ ପାରିଛନ୍ତି ା ବିଧାୟକ ଅମାତ ଏଥିପାଇଁ ଜିଲାପାଳ,ଏସପି, ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୁସ୍ଥ ଯୁବକମାନେ ଗ୍ରାମକୁ ଫେରିବା ପରେ ସରପଞ୍ଚ ଓ ଗ୍ରାମବାସୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଏହି ଯୁବକମାନେ ଗ୍ରାମକୁ ଫେରି ନିଜ ଘରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ସାଧାରଣ ଲୋକଙ୍କ ସହ ମିଳାମିଶା କରିପାରିବେ ବୋଲି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri