ଝାରସୁଗୁଡ଼ା ଅଫିସ/ଲଖନପୁର,୬।୧୧(ଡି.ଏନ୍.ଏ): ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ୪ ଅପରାଧୀଙ୍କୁ ପୋଲିସ ଏନ୍କାଉଣ୍ଟର କରିଛି । ତେବେ ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଏସ୍ପିଙ୍କ ଅଫିସରେ ବୁଧବାର ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ କୁମାର ଲାଲ ଓ ଏସ୍ପି ଅଶ୍ବନୀ କୁମାର ମହାନ୍ତି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ଡିଆଇଜି ହିମାଂଶୁଲାଲ୍ କହିଛନ୍ତି ୫-ଟି ମଡେଲରେ ଏହାର ତଦନ୍ତ କରାଯିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଚାର୍ଜସିଟ୍ ଦାଖଲ କରାଯିବ। ଯେମିତି ଅପରାଧୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଅପରାଧୀମାନଙ୍କୁ ମଧ୍ୟ ପୋଲିସ ଜେରା କରିବ।