ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଷ୍ଟାଡିୟମ୍‌ ବର୍ତ୍ତମାନ ଏହା ଭୋଗିବାକୁ ଯାଉଛି। ଷ୍ଟାଡିୟମ୍‌ରେ ସକାଳୁ ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଉପରୁ କଟକଣା ହଟାଇବାକୁ ନବନିର୍ବାଚିତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଘୋଷଣା କରିଥିଲେ। ଏହାକୁ ପେଶାଦାର ଖେଳାଳିମାନେ ତୀବ୍ର ବିରୋଧ କରୁଛନ୍ତି। ଗୁରୁବାର ସକାଳେ ଖେଳାଳିମାନେ ନିଷ୍ପତ୍ତି ବଦଳାଇବା ପାଇଁ ବିଧାୟକଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ ବିଧାୟକ ସାକ୍ଷାତ କରି ନ ଥିଲେ। ଯାହା ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ହେଲା, ପ୍ରତିଷ୍ଠା ପରଠୁ ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସକାଳୁ ଏବଂ ଉପରବେଳା ବ୍ୟାୟାମ କରିବା ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଥିଲା। ହେଲେ ଦେଖିବାକୁ ମିଳିଲା, ଶତାଧିକ ଲୋକ ବ୍ୟାୟାମ କରିବା ଫଳରେ ପଡ଼ିଆ ନଷ୍ଟ ହେବାରେ ଲାଗିଲା, ଘାସ ମରିଗଲା। ଖାଲ ଢ଼ିପ ବଢ଼ିଲା। ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୨୦୧୩ରେ ୫୬ଲକ୍ଷ ଟଙ୍କାର ବ୍ୟୟରେ ଷ୍ଟାଡିୟମ୍‌ର ଉନ୍ନତୀକରଣ କରାଯାଇଛି। ସ୍ପ୍ରିଙ୍କଲର୍‌ ଲଗାଇ ପାଣି ସିଞ୍ଚନ ବ୍ୟବସ୍ଥା ସହ ଅନ୍ୟାନ୍ୟ କାମ ହୋଇଛି। ନିୟମିତ ପାଣି ସିଞ୍ଚନ ଫଳରେ ଘାସ ଉଠିଥିଲା। ହେଲେ ଏହା ପରଠୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। କାରଣ ଷ୍ଟାଡିୟମ୍‌ରେ କ୍ରୀଡ଼ା ଛାତ୍ରାବାସ ରହିଛି। ବହୁ ଅନ୍ତେବାସୀ ସେଠାରେ ଭଲିବଲ୍‌, ବାସ୍କେଟବଲ୍‌, ଭାରୋତ୍ତୋଳନ ସହ ଅନ୍ୟାନ୍ୟ କ୍ରୀଡ଼ାରେ ତାଲିମ୍‌ ନେଉଛନ୍ତି। ଏଥି ସହ କେବଳ ପେଶାଦାର ଖେଳାଳିଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଫଳରେ ଆଥଲେଟିକ୍‌ ଏବଂ ବକ୍ସିଂ ସହ ଅନ୍ୟ କ୍ରୀଡ଼ାର ଖେଳାଳୀମାନେ ନିୟମିତ ଅଭ୍ୟାସ କରିପାରୁଥିଲେ। କୌଣସି ପ୍ରକାର ବାଧା ନ ଥିଲା। ହେଲେ ନବନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡା ଗତ ୧୬ତାରିଖରେ ଷ୍ଟାଡିୟମ୍‌ ପରିଦର୍ଶନରେ ଯାଇଥିଲେ।
ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଉଠାଇ ଦେଇଥିଲେ। ଶତାଧିକ ପେଶାଦାର ଖେଳାଳି ତୀବ୍ର ବିରୋଧ କରିଛନ୍ତି। କାରଣ ସର୍ବସାଧାରଣଙ୍କ ପ୍ରବେଶ ଫଳରେ ସେମାନଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେବ। ଷ୍ଟାଡିୟମ୍‌ରେ ଲାଗିଥିବା ସ୍ପ୍ରିଙ୍କଲର୍‌, ଘାସ ନଷ୍ଟ ହୋଇଯିବ। ପୂର୍ବଭଳି ସେମାନେ ଅଭ୍ୟାସ କରିପାରିବେ ନାହିଁ। କ୍ରୀଡ଼ା ଛାତ୍ରାବାସରେ ଅନ୍ତେବାସୀମାନେ ରହୁଥିବା ଯୋଗୁ ସେମାନଙ୍କ ସମସ୍ୟା ମଧ୍ୟ ବଢ଼ିଯିବ। ଏଣୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପୂର୍ବରୁ ରହିଥିବା କଟକଣା ପୁଣି ଥରେ ଲଗାଯିବାକୁ ଖେଳାଳିମାନେ ଦାବି କରିଛନ୍ତି। ଏହି ଦାବିନେଇ ସେମାନେ ଗୁରୁବାର ସକାଳେ ବିଧାୟକଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ ସାକ୍ଷାତ କରି ନ ଥିଲେ।ସୂଚନାଯୋଗ୍ୟ, ବ୍ରହ୍ମପୁର ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହାକୁ ସାଟେଲାଇଟ୍‌ ଷ୍ଟାଡିୟମ୍‌ରେ ପରିଣତ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏପରିକି ଷ୍ଟାଡିୟମ୍‌ କଡ଼ରେ ଥିବା ସେନା ବିଭାଗର କ୍ୱାର୍ଟର୍ସ ଜମିକୁ ମଧ୍ୟ ଅଧିଗ୍ରହଣ କରାଯାଇଛି। ଉନ୍ନତମାନର କ୍ରୀଡ଼ା ଛାତ୍ରାବାସ ସହ ଅନ୍ୟାନ୍ୟ ଅତ୍ୟାଧୁନିକ କ୍ରୀଡ଼ା ସାମଗ୍ରୀ ରଖିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଘୋଷଣା କରିଛି। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଭଳି ସ୍ଥଳେ ଷ୍ଟାଡିୟମ୍‌କୁ ସର୍ବସାଧାରଣଙ୍କ ପ୍ରବେଶ ଫଳରେ କେବଳ ଷ୍ଟାଡିୟମ୍‌ ନଷ୍ଟ ହେବନି ବରଂ ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି କ୍ରୀଡ଼ାବିତ୍‌ମାନେ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri