ବ୍ରାକ୍‌ଜିଟ ରାଜିନାମାକୁ ନେଇ ମୁଣ୍ଡ ନୁଅଁ।ଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳରୁ ଇସ୍ତଫା ଦେବେ ଥେରେସା

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ ୭ରେ ସେ ଦଳ ଓ ଦଳୀୟ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳିବା ପାଇଁ ନୂଆ ନେତାଙ୍କ ଚୟନ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି। ସେ ପ୍ରାୟ ୩ ବର୍ଷ ହେବ ବ୍ରିଟେନକୁ ୟୁରୋପୀୟ ସଂଘରୁ ଅଲଗା କରିବା ପାଇଁ ଉଦ୍ୟମ ଚାଇଥିଲେ। ଏଥିପାଇଁ ଅନେକ ଥର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଏଥିପାଇଁ ତାଙ୍କ ଦଳୀୟ ନେତା ତାଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ। ଦଳୀୟ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରି ସେ ବିଫଳ ହେବା ପରେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରାକଜିଟକୁ ନେଇ ବ୍ରିଟେନରେ ରାଜନୈତିକ ସଂକଟ ଘନାଇଥିଲା। ଏବେ ବି ଏଠାରେ ରାଜନୈତିକ ସଂକଟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା...

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା...

ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା

ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।...

ଆସନ୍ତା ୨ଦିନ ବଜ୍ରପାତ ସହ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨୯।୭(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।...

୨୨ ପିଲାଙ୍କୁ ପୋଷ୍ୟ ଗ୍ରହଣ କରିବେ ରାହୁଲ

ଶ୍ରୀନଗର,୨୯ା୭: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନୀ ସେନାର ସେଲ୍‌ ମାଡ଼ରେ ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଅନାଥ ହୋଇଥିବା ୨୨ ଜଣ ପିଲାଙ୍କୁ ଲୋକ ସଭାର ବିରୋଧୀ...

ଭୟଙ୍କର ଆକ୍ସିଡେଣ୍ଟ ପରେ କାହିଁକି ନିୟମିତ ଖେଚୁଡ଼ି ଖାଉଥିଲେ ପନ୍ତ,ଡାକ୍ତର କହିଲେ…

ନୂଆଦିଲ୍ଲୀ,୨୯।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଆଘାତ ଯୋଗୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ...

ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସମ୍ବଲପୁର,୨୯।୭: ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଯୁବକ ଜଣକ କେଉଁ ପରିସ୍ଥିତିରେ ବ୍ରିଜ ଉପରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image