ଚୌଦ୍ୱାର,୯।୫(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମର ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ଏକ ପିଜୁଡି ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭବତୁ ସରକାର।
ସୂଚନା ମୂତାବକ, ଭବତୁ ବିବାହିତ ଥିବାବେଳେ ଗତ ୫ମାସ ହେବ ସ୍ତ୍ରୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହା ପରେ ସ୍ତ୍ରୀ ତାଙ୍କ ବାପ ଘର ବାରଙ୍ଗରେ ରହୁଥିଲେ। ଶନିବାରେ ସକାଳେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ଖବର ପାଇ ଟିପିଏମ୍ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।