Posted inଫୁରସତ

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ। ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶେଖର କପୁର ତାଙ୍କ ଉଦ୍ଦେଶ୍ୟରେ ଏକଥା କହିଥିଲେ ଯେ, ଅମିଶ୍‌ ହେଉଛନ୍ତି ଭାରତୀୟ ଯୁବ ସାହିତ୍ୟର ପ୍ରଥମ ସୁପରଷ୍ଟାର। ସେ ଜଣେ ସ୍ତମ୍ଭକାର ଏବଂ ଲେଖକ। ‘ଶିବା ଟ୍ରାୟୋଲୋଜି’ ଲେଖିବା ପରେ ଭାରତୀୟ ସାହିତ୍ୟରେ ନୂତନ ଜାଗରଣର ସୂତ୍ରପାତ ହୋଇଥିଲା। ଏହି ଟ୍ରାୟୋଲୋଜିରେ ଥିଲା ତିନୋଟି ପୁସ୍ତକ : ଇମୋର୍ଟାଲ୍ସ ଅଫ୍‌ ମେଲୁହା, ଦି ସିକ୍ରେଟ୍‌ ଅଫ୍‌ ନାଗାଜ୍‌ ଏବଂ ଦି ଓଥ ଅଫ୍‌ ବାୟୁପୁତ୍ରସ୍‌। ପୁସ୍ତକଗୁଡ଼ିକ ମୁଖ୍ୟତଃ ପୌରାଣିକ ଆଖ୍ୟାନ ଉପରେ ଆଧାରିତ। ତେବେ ତାହାକୁ ସମ୍ପୂର୍ଣ୍ଣ ପୁରାଣ ବୋଲି କୁହାଯାଇପାରିବ ନାହିଁ। କାରଣ ପୌରାଣିକ ଚରିତ୍ର ସବୁକୁ ଅମିଶ୍‌ ଆଧୁନିକତାର ଢାଞ୍ଚାରେ ତାଙ୍କର ପାଠକମାନଙ୍କ ନିକଟରେ ପରଷି ଦେଇଛନ୍ତି। ସେହିପରି ତାଙ୍କର ଆଉ ଏକ ସିରିଜ ହେଉଛି ରାମଚନ୍ଦ୍ର ସିରିଜ। ଏଥିରେ ରହିଛି ରାମ୍‌ :
ସାୟନ୍‌ ଅଫ୍‌ ଇକ୍ଷାକୁ, ସୀତା : ଓ୍ବାରିଅର ଅଫ୍‌ ମିଥିଲା ଏବଂ ରାବଣ : ଏନ୍‌ମି ଅଫ୍‌ ଆର୍ଯ୍ୟବ୍ରତ। ତଥ୍ୟ ଅନୁଯାୟୀ ‘ଶିବା ଟ୍ରାୟୋଲୋଜି’ ହେଉଛି ଭାରତୀୟ ପୁସ୍ତକ ପ୍ରକାଶନୀ ଇତିହାସରେ ସବୁଠ ଦ୍ରୁତବେଗରେ ବିକ୍ରି ହୋଇଥିବା ପୁସ୍ତକ। ୨୦୧୭ରେ ଅମିଶ୍‌ ତାଙ୍କର ପ୍ରଥମ ନନ୍‌ ଫିକ୍ସନ ପୁସ୍ତକ ପ୍ରକାଶ କରିଥିଲେ। ସେହି ପୁସ୍ତକର ନାମ ଥିଲା ‘ଇମୋର୍ଟାଲ ଇଣ୍ଡିଆ’। ଅମିଶ୍‌ଙ୍କ ସମ୍ପର୍କରେ ଏକଥା କୁହାଯାଏ ଯେ, ଭକ୍ତି, ଦର୍ଶନ, ବୈଜ୍ଞାନିକ ଦୃଷ୍ଟିକୋଣ, ସାମାଜିକତା ଓ ଆଧୁନିକ ଦୃଷ୍ଟିଭଙ୍ଗୀର ସେ ହେଉଛନ୍ତି ଏକ ମିଳିତ ପ୍ରତିରୂପ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସେ ହେଉଛନ୍ତି ଏକ ସେନ୍‌ସେସନ।
ସେଲିବ୍ରିଟି ଲେଖକ : ବହି ବିକ୍ରି ହୁଏନି। ବହି କିଣି କେହି ପଢ଼ନ୍ତିନି। ଏଭଳି ପ୍ରସଙ୍ଗ ଯେତେବେଳେ ଭାରତର ସାହିତ୍ୟ ସ୍ରଷ୍ଟାମାନଙ୍କୁ ବିଚଳିତ କରିଦେଇଥିଲା ସେତେବେଳେ ଅମିଶ୍‌ ହିଁ ସେମାନଙ୍କୁ ବତେଇଥିଲେ ସମାଧାନର ରାସ୍ତା। ଅମିଶ୍‌ଙ୍କର ୭ଗୋଟି ବହି ସମଗ୍ର ଭାରତରେ ପାଞ୍ଚ ମିଲିଅନରୁ ଅଧିକ ବିକ୍ରି ହୋଇଥିଲା। ଏବେ ମଧ୍ୟ ସେହି ଧାରା ଜାରି ରହିଛି। ଫୋବର୍‌ସ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଭାରତର ଶହେ ସେଲିବ୍ରିଟିଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ। ଉଲ୍ଲେଖନୀୟ ବିଷୟ ହେଉଛି ଏହା ଯେ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେହି ତାଲିକାରେ ଗୋଟିଏ ନାମ କ୍ରମାଗତ ଭାବରେ ରହିଆସୁଥିଲା। ଆଉ ସେହି ନାମଟି ହେଉଛି ଅମିଶ୍‌ଙ୍କର। ଫୋବର୍‌ସ ଇଣ୍ଡିଆ ପକ୍ଷରୁ ତାଙ୍କୁ ଜଣେ ସେଲିବ୍ରିଟି ଲେଖକର ଆଖ୍ୟା ଦିଆଯାଇଥିଲା। ୨୦୧୯ରେ ଇଣ୍ଡିଆ ଟୁଡେ ମାଗାଜିନ୍‌ ୫୦ଜଣ ସବୁଠୁ ପ୍ରଭାବଶାଳୀ ଭାରତୀୟଙ୍କୁ ନେଇ ଯେଉଁ ତାଲିକା ପ୍ରସ୍ତୁତ କରିଥିଲା ସେଥିରେ ମଧ୍ୟ ରହିଥିଲେ ଅମିଶ୍‌। ବିବିସି ପକ୍ଷରୁ ଅମିଶ୍‌ଙ୍କ ରଚନାବଳୀକୁ ପ୍ରଶଂସନୀୟ ବୋଲି କୁହାଯାଇଥିଲା।
ବ୍ୟକ୍ତିଗତ ଜୀବନ : ୧୯୭୪ ମସିହା ଅକ୍ଟୋବର ୧୮ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଅମିଶ୍‌। ମୁମ୍ବାଇରେ ସିନା ଜନ୍ମ ହୋଇଥିଲେ, ହେଲେ ସେ ବଢ଼ିଥିଲେ ଓଡ଼ିଶାରେ। ଓଡ଼ିଶାର ରାଉରକେଲାରେ ତାଙ୍କର ଶୈଶବ ଏବଂ କୈଶୋର ଅତିବାହିତ ହୋଇଥିଲା। ସେଥିଲାଗି ଓଡ଼ିଶା ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼ ଓ ଘନିଷ୍ଠ। ତାଙ୍କର ଅନେକ ରଚନାରେ ଯେଉଁ ପ୍ରାକୃତିକ ଦୃଶ୍ୟରାଜିର ବର୍ଣ୍ଣନା ଦେଖାଯାଏ ତାହା ସେ ଓଡ଼ିଶାରୁ ପ୍ରଭାବିତ ହୋଇଥିବା ମଧ୍ୟ ଅନେକ ସ୍ଥାନରେ ପ୍ରକାଶ କରିଛନ୍ତି। ଓଡ଼ିଶା ମାଟିର ବାସ୍ନା ତଥା ଏଠାକାର ପାଣିପାଗ ତାଙ୍କର ଅତି ପ୍ରିୟ ବୋଲି ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ। ଅମିଶ୍‌ କୋଲକାତାର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ବିଭିନ୍ନ ବ୍ୟାଙ୍କ ତଥା ଆର୍ଥିକ ଉଦ୍ୟୋଗରେ ସେ ୧୪ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ତାଙ୍କ ଭିତରେ ଥିବା ଏକ ସର୍ଜନଶୀଳ ସ୍ରଷ୍ଟା ତାଙ୍କୁ ସବୁବେଳେ ଅତିଷ୍ଠ କରୁଥିଲା। ସେ ଥରକୁ ଥର ଗୋଟିଏ ପରେ ଗୋଟିଏ କମ୍ପାନୀ ବଦଳାଉଥିଲେ ମଧ୍ୟ ଶାନ୍ତି ପାଇପାରୁ ନ ଥିଲେ। ଶେଷକୁ ନିଷ୍ପତ୍ତି ନେଲେ ସେ ଚାକିରି ଛାଡ଼ିଦେବେ। ଆଉ ଜଣେ ଲେଖକ ଭାବରେ ଏକ ନୂତନ ପରିଚୟ ଆରମ୍ଭ କରିବେ।
ପାରିବାରିକ ପ୍ରଭାବ : ପ୍ରଥମରୁ କୁହାଯାଇଛି ଯେ, ମୁଖ୍ୟତଃ ପୌରାଣିକ ଚରିତ୍ରକୁ ଆଧାରକରି ରଚିତ ହୋଇଛି ଅମିଶ୍‌ ତ୍ରିପାଠୀଙ୍କ ପୁସ୍ତକ। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଜଣେ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ର ଆଧୁନିକ ଚରିତ୍ର ସବୁକୁ ଛାଡ଼ି ପୌରାଣିକ ଚରିତ୍ରମାନଙ୍କୁ ନେଲେ କ’ଣ ପାଇଁ? ଏହାର ମୂଳରେ ରହିଛି ତାଙ୍କର ପାରିବାରିକ ସଂସ୍କୃତି ଓ ପରମ୍ପରା। ଅମିଶ୍‌ଙ୍କ ବାପା ମାଆ ଧାର୍ମିକ ଶ୍ରେଣୀର ବ୍ୟକ୍ତି ଥିଲେ। ଘରେ ଏକ ପୁରାଣ ପାଠର ମାହୋଲ ରହିଥିଲା। ସେତିକି ନୁହେଁ, ଅମିଶ୍‌ଙ୍କ ଜେଜେବାପା ଥିଲେ ଜଣେ ସଂସ୍କୃତ ପଣ୍ଡିତ। ଏଥିସହ ସେ ଥିଲେ ଜଣେ ବନାରସୀ ପଣ୍ଡିତ। ଅମିଶ୍‌ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ତାଙ୍କ ଉପରେ ତାଙ୍କ ଜେଜେବାପାଙ୍କ ପ୍ରଭାବ ପିଲାଟି ବେଳୁ ପଡ଼ିଥିଲା। ଏଥିସହ ସେ ନିଜେ ମଧ୍ୟ ଜଣେ ଶିବ ଉପାସକ। ପିଲାଟି ବେଳରୁ ଏଭଳି ସାଂସ୍କୃତିକ ପରମ୍ପରା ମଧ୍ୟରେ ବଢ଼ିଥିବା ଅମିଶ୍‌ଙ୍କ ଭିତରେ ସୃଷ୍ଟି ହୋଇଥିଲା ଧର୍ମ ଏବଂ ଦର୍ଶନକୁ ନେଇ କୌତୂହଳ ଭାବ। ଆଉ ତାହା ହିଁ ଶେଷରେ ତାଙ୍କୁ ଜଣେ ସଫଳ ଲେଖକର ପରିଚୟ ଆଣିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri