Posted inଫୁରସତ

ବ୍ୟକ୍ତିତ୍ୱ: ସ୍ବଦେଶ ଦୀପକ

ଭାରତୀୟ ନାଟ୍ୟ ସାହିତ୍ୟରେ ସ୍ବଦେଶ ଦୀପକ ନାମଟି ଏକ ଅତି ପରିଚିତ ନାମ। ବିଶେଷକରି ନାଟକ କଥା ଉଠିଲେ ତାଙ୍କ ରଚିତ ନାଟକ ‘କୋର୍ଟ ମାର୍ସଲ’ଟି ଆଖି ଆଗକୁ ଚାଲିଆସେ। ଏହାକୁ ଆଧୁନିକ ଭାରତର ନାଟ୍ୟସାହିତ୍ୟରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇଥାଏ। ତେବେ କେବଳ ନାଟକ ନୁହେଁ; ଉପନ୍ୟାସ ତଥା କ୍ଷୁଦ୍ରଗଳ୍ପ ଲେଖନ କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଛି। ସେ ମୁଖ୍ୟତଃ ହିନ୍ଦୀ ଭାଷାକୁ ତାଙ୍କ ଲେଖିବାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଏହା ସତ୍ତ୍ୱେ ସେ ଇଂଲିଶ ଭାଷାରେ ମଧ୍ୟ ବେଶ୍‌ ପାରଦର୍ଶୀ। ଷାଠିଏ ଦଶକର ମଧ୍ୟଭାଗରେ ସ୍ବଦେଶ ଦୀପକଙ୍କର ହିନ୍ଦୀ ସାହିତ୍ୟକୁ ପ୍ରବେଶ ଘଟେ। ତା’ପରେ ସ୍ବଦେଶ ଦୀପକ ଖୁବ୍‌ ଅଳ୍ପଦିନ ମଧ୍ୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିନିଅନ୍ତି। ସ୍ବଦେଶ ଦୀପକଙ୍କର ସ୍ମୃତିଲେଖର ନାମ ହେଉଛି ‘ମୈନେ ମାଣ୍ଡୁ ନେହିଁ ଦେଖା’। ଏହା ମଧ୍ୟ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତି ଲାଭ କରିପାରିଛି। ଭାରତରୁ ପ୍ରକାଶିତ ସମସ୍ତ ପତ୍ରପତ୍ରିକାରେ ସ୍ବଦେଶ ଦୀପକଙ୍କ ରଚନାବଳୀ ପ୍ରକାଶ ପାଇଥାଏ। ଅଦ୍ୟାବଧି ତାଙ୍କର ୧୫ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ତାଙ୍କର ସବୁଠାରୁ ସଫଳ ସୃଷ୍ଟି ‘କୋର୍ଟ ମାର୍ସଲ’ ନାଟକଟି ୧୯୯୧ ମସିହାରେ ପ୍ରକାଶିତ ହୋଇଥିଲା। ପରେପରେ ଏହା ବହୁସ୍ଥାନରେ ମଞ୍ଚସ୍ଥ ହୋଇ ତାଙ୍କୁ ରାତାରାତ ସଫଳତା ଆଣିଦେଇଥିଲା। ତାଙ୍କର ନାଟକ ସବୁ ଭିନ୍ନଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେବା ସହିତ ଧାରାବାହିକ ଭାବରେ ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରିତ ହୋଇ ଲୋକପ୍ରିୟତା ସାଉଣ୍ଟିଛି। ଉଭୟ ହିନ୍ଦୀ ଏବଂ ଇଂଲିଶରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ ସେ ଥିଲେ ଇଂଲିଶ ସାହିତ୍ୟର ଅଧ୍ୟାପକ।

ପିଲାବେଳ : ସ୍ବଦେଶ ଦୀପକଙ୍କ ବାପା ଥିଲେ ଉର୍ଦ୍ଦୁ ତଥା ପର୍ସିଆନ୍‌ ଶିକ୍ଷକ। ଭାରତ ବିଭାଜନ ତାଙ୍କ ଉପରେ ତଥା ତାଙ୍କ ପରିବାର ଉପରେ ଗଭୀର ପ୍ରଭାବ ପକାଇଥିଲା। ସେ ଖୁବ୍‌ ନିକଟରୁ ବିଭାଜନର ବିଭୀଷିକାକୁ ପ୍ରତ୍ୟକ୍ଷ କରିଥିଲେ। ସେତେବେଳେ ଖୁନ୍‌ ସହିତ ରାହାଜାନି ମଧ୍ୟ ବହୁଳ ଭାବରେ ଚାଲିଥିଲା। ସେଥିଲାଗି ତାଙ୍କ ବାପା ସବୁବେଳେ ତାଙ୍କ ସହିତ ଗୋଟିଏ ବନ୍ଧୁକ ରଖି ବୁଲୁଥିଲେ। ଏମିତିକି ସ୍କୁଲକୁ ପଢ଼େଇବା ଲାଗି ଯାଉଥିବା ବେଳେ ମଧ୍ୟ ବନ୍ଧୁକଟି ତାଙ୍କ ସହିତ ରହୁଥିଲା। କେବଳ ତାଙ୍କ ବାପା ନୁହନ୍ତି, ଅନେକ ଲୋକ ସେହି ପନ୍ଥା ଅବଲମ୍ବନ କରୁଥିଲେ। ପିଲାବେଳର ଏହି ଘଟଣା ତାଙ୍କର ଲେଖାକୁ ମଧ୍ୟ ପ୍ରଭାବିତ କରିଥିଲା। ତାଙ୍କୁ ଯେତେବେଳେ ମାତ୍ର ୧୪ବର୍ଷ ବୟସ ହୋଇଥିଲା ସେତେବେଳେ ସେ ତାଙ୍କର ପ୍ରଥମ ଗଳ୍ପ ରଚନା କରିଥିଲେ।
ଭରଦ୍ୱାଜରୁ ଦୀପକ : ପ୍ରାଥମିକ ପର୍ଯ୍ୟାୟରେ ସେ ଯେତେବେଳେ ଗଳ୍ପ ଲେଖୁଥିଲେ ତାହାକୁ ନେଇ ତାଙ୍କ ଭିତରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗପଗୁଡ଼ିକ ଗୃହୀତ ହେବ କି ନାହିଁ, ପାଠକଙ୍କୁ ଛୁଇଁବକି ନାହିଁ ଆଦି ପ୍ରଶ୍ନରୁ ମୁକୁଳିବା ପାଇଁ ନିଜର ନାମକୁ ସ୍ବରାଜ ଭରଦ୍ୱାଜ ବୋଲି ଉଲ୍ଲେଖ କରୁଥିଲେ। ସେତେବେଳେ ଜଳନ୍ଧରରୁ ପ୍ରକାଶିତ ମାଗାଜିନ ସବୁରେ ତାଙ୍କର ଗପ ସବୁ ପ୍ରକାଶିତ ହେଉଥିଲା। ତେବେ ପ୍ରଥମଥର କରି ସୁଖ୍ୟାତ ମାଗାଜିନ ‘ମନୋହର କହାନିଅଁା’ରେ ଗପ ପ୍ରକାଶିତ ହେବା ପରେ ସେ ଲୋକଲୋଚନକୁ ଆସିଲେ ଏବଂ ସାହିତ୍ୟ ସମୀକ୍ଷକଙ୍କର ଦୃଷ୍ଟିଆକର୍ଷଣ କଲେ। ଏହା ହେଉଛି ୧୯୫୭ ମସିହାର କଥା। ଗପଟିର ଶୀର୍ଷକ ଥିଲା ‘ଲାଲ ଫିତେ କା ଟୁକୁଡ଼ା’। ଏହାପରେ ସେ ତାଙ୍କର ନାମକୁ ବଦଳେଇଦେଲେ। ସ୍ବଦେଶ ଭରଦ୍ୱାଜ ପରିବର୍ତ୍ତେ ରଖିଲେ ସ୍ବଦେଶ ଦୀପକ। ଏହାପରେ ତାଙ୍କର ଗପ ଆସିଲା ‘ଜ୍ଞାନୋଦୟ’ରେ। ଏହା ତାଙ୍କୁ ଜଣେ ଗାଳ୍ପିକର ମାନ୍ୟତା ଦେଇଥିଲା। ଗପଟିର ଶୀର୍ଷକ ଥିଲା ‘ସାଣ୍ଟା ସିଂହ କା ବେଟା ବାଣ୍ଟା ସିଂହ’। ବାପପୁଅଙ୍କ ମଧ୍ୟରେ ଏକ ମରଣାନ୍ତକ ପ୍ରତିଯୋଗିତାକୁ ନେଇ ରଚିତ ହୋଇଥିଲା ଏ ଗପ। ଉଭୟ ବାପ ଓ ପୁଅ ଟ୍ରକ୍‌ ଡ୍ରାଇଭର। କିଏ ଆଗ ଗାଡ଼ିନେଇ ନିକଟସ୍ଥ ବଜାରରେ ପହଞ୍ଚତ୍ବ ଓ ପୁରସ୍କାର ପାଇବ। ପରିସ୍ଥିତି ଏମିତି ହୋଇଛି ଯେ, ପୁରସ୍କାରର ମୂଲ୍ୟ ନିକଟରେ ବାପର ଜୀବନ ତୁଚ୍ଛ ହୋଇଯାଇଛି। ପୁଅଟି ବାପର ଗାଡ଼ିକୁ ଧକ୍କା ଦେଇ ତଳକୁ ଖସେଇ ପକେଇଛି। ‘ଜ୍ଞାନୋଦୟ’ରେ ଏ ଗପ ପ୍ରକାଶିତ ହେବା ପରେ ନିର୍ମଳ ବର୍ମା, ରାଜେନ୍ଦ୍ର ଯାଦବ, ମନୁ ଭଣ୍ଡାରିଙ୍କ ପରି ପ୍ରଥିତଯଶା ସାହିତି୍ୟକମାନେ ତାଙ୍କୁ ସାବାସୀ ଦେଇଥିଲେ।

କୋର୍ଟ ମାର୍ସଲ : ‘କୋର୍ଟ ମାର୍ସଲ’କୁ ସ୍ବଦେଶ ଦୀପକଙ୍କ ସର୍ବଶ୍ରେଷ୍ଠ ନାଟକ ବୋଲି କୁହାଯାଇଥାଏ। ସେତିକିନୁହେଁ, ଏହି ନାଟକକୁ ଏକ ବଳିଷ୍ଠ ଭାରତୀୟ ନାଟକର ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଥାଏ। ତଥ୍ୟ ଅନୁଯାୟୀ, ଅଦ୍ୟାବଧି ଅତିକମ୍‌ରେ ୪ହଜାର ଥର ଏହି ନାଟକଟିକୁ ମଞ୍ଚସ୍ଥ କରାଯାଇ ସାରିଛି। ରଣଜିତ କପୁର, ଶିଳ୍ପୀ ମାରଓ୍ବା, ଅରବିନ୍ଦ ଗୌର, ଉଷା ଗାଙ୍ଗୁଲି, ଅଭିଜିତ ଚୌଧୁରୀଙ୍କ ଭଳି ନିର୍ଦ୍ଦେଶକମାନେ ଏହାକୁ ମଞ୍ଚସ୍ଥ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେତିକିନୁହେଁ ଏହା ମଧ୍ୟ ବହୁ ଭାରତୀୟ ଭାଷାରେ ଅନୁଦିତ ହୋଇ ଲୋକପ୍ରିୟତା ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri