ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବ୍ୟକ୍ତିର ଆର୍ଥିକ ବିକାଶ ପାଇଁ ମିତବ୍ୟୟିତା ଏକାନ୍ତ ଅପରିହାର୍ଯ୍ୟ। ଅନାବଶ୍ୟକ ଖର୍ଚ୍ଚକୁ ଯଥା ସମ୍ଭବ କମାଇ ବଳକା ଅର୍ଥକୁ ସୁରକ୍ଷିତ ଭାବେ ସଞ୍ଚୟ କଲେ ତାହା ଅର୍ଥନୈତିକ ଅଭିବୃଦ୍ଧିର ସହାୟକ ହୋଇଥାଏ। ଏ ଦୃଷ୍ଟିରୁ ଡାକଘର ତଥା ବ୍ୟାଙ୍କ ମାଧ୍ୟମରେ ପ୍ରଚଳିତ ସ୍ବଳ୍ପ ସଞ୍ଚୟ ଯୋଜନା ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରେ। ଏଠାରେ ସଞ୍ଚିତ ଜମାରାଶି ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ନିରାପଦ ଅଟେ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା। ସମ୍ମାନିତ ଅତିଥିଭାବେ ଜିଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ, ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଓ ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ଯୋଗଦେଇ ସ୍ବଳ୍ପ ସଞ୍ଚୟ ଯୋଜନାରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଆର୍ଥିକ ଅବସ୍ଥାକୁ ସୁରକ୍ଷିତ କରିବା ସଙ୍ଗେସଙ୍ଗେ ରାଜ୍ୟ ଓ ଦେଶର ଅର୍ଥନୈତିକ ପ୍ରଗତିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲାସ୍ତରୀୟ ଜିଲା ସଞ୍ଚୟ ଅଧିବେଶନ ଟାଉନ ହଲରେ ଅନୁଷ୍ଠିତ ହୋଇଥିଲା। ସ୍ବଳ୍ପ ସଞ୍ଚୟର ଅଭିବୃଦ୍ଧି ପାଇଁ ଅଧିକାରୀ ବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ଜିଲାର ବିଭିନ୍ନ ବ୍ଲକର ଡାକ ବିଭାଗର ଏଜେଣ୍ଟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର

ହେମଗିର,୨,୧୧(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ଧକ୍କା ଦେଲା ମାରୁତି ଇକୋ।...

ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ସ୍ବାମୀଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ସ୍ତ୍ରୀ

ଧରାକୋଟ,୨।୧୧: ଗାଁ କୋଠ ଜମିରେ ପାଣି ମଡା ଇବାକୁ କେନ୍ଦ୍ର କରି ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଘଟିଛି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ଘଟିଛି।...

ରେଳ ଧାରଣା ପାର୍‌ ହେଉଥିବାବେଳେ ମାଲଗାଡ଼ି ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ,୨ । ୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର...

ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ...

ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ...

ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା ମାଗିବାରୁ ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି। ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ...

ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ…

ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri